ସୋନୁ ଙ୍କୁ ମିଳିଲା ଦୁବାଇ ଗୋଲ୍ଡେନ୍ ଭିସା, ପୋଷ୍ଟ ସେୟାର କରି ଖୁସି ଖବର ଦେଲେ ଅଭିନେତା

0
204
ସୋନୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୮/୦୪) : ଦୁବାଇ ସରକାର ସୋନୁ ସୁଦଙ୍କୁ ଦୁବାଇ ଗୋଲଡେନ୍ ଭିସା ପ୍ରଦାନ କରିଛନ୍ତି । ସମାଜ ର ସେବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଦେଶ ର ନାୟକଙ୍କୁ କିଛି ଦିନ ପୂର୍ବରୁ ଏହି ସମ୍ମାନ ଜନକ ସମ୍ମାନ ମିଳିଛି ।

ଭିସା ପାଇଁ କେବଳ ପ୍ରତିଷ୍ଠିତ ନିବେଶକ, ଉଦ୍ୟୋଗୀ ଏବଂ ବିଶେଷଜ୍ଞ ମାନେ ଆବେଦନ କରିପାରିବେ । ସୋନୁ ସୁଦ ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ଖୁସି ଖବର ସେୟାର କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ମୁଁ ଗୋଲ୍ଡେନ୍ ଭିସା ପାଇଁ ଦୁବାଇ ସରକାରଙ୍କୁ ପାଖରେ କୃତଜ୍ଞ ଏବଂ ସମ୍ମାନୀତ ।” ଦୁବାଇ ମୋର ପ୍ରିୟ ସ୍ଥାନ ମଧ୍ୟରୁ ଗୋଟିଏ । ଏହା ବୃଦ୍ଧି ପାଇଁ ଏକ ଗତିଶୀଳ ସ୍ଥାନ । ଏଥିପାଇଁ ମୁଁ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞ ରହିବି ବୋଲି ସେ କହିଛନ୍ତି ।