ଆଦିବାସୀଙ୍କ ଧର୍ମ ଓ ସଂସ୍କୃତିକୁ ନେଇ ଜନୀ, ଡିସାରିଙ୍କ ଜରୁରୀକାଳୀନ ବୈଠକ

0
488

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୧/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତରେ ଲଷ୍ମୀ ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଦିବାସୀଙ୍କ ଧର୍ମ ଓ ସଂସ୍କୃତିକୁ ଘୋର ବିପତ୍ତି ମାଡି ଆସୁଥିବା ନେଇ ଏକ ଜରୁରୀକାଳୀନ ବୈଠକ କରାଯାଇଛି ।7e741054 0f46 40d5 b257 560f4d0fe1a1 ଆଦିବାସୀଙ୍କ ଧର୍ମ ଓ ସଂସ୍କୃତିକୁ ନେଇ ଜନୀ, ଡିସାରିଙ୍କ ଜରୁରୀକାଳୀନ ବୈଠକ

ଆଦିବାସୀଙ୍କ ଧର୍ମ ଓ ସଂସ୍କୃତିକୁ ନେଇ ଡ଼କାଯାଇଥିବା ବୈଠକରେ ମୁଖ୍ୟଅତିଥି ଭାବେ ଆଦିବାସୀ ସମାଜ ଜିଲ୍ଲା ଆବାହକ ବସନ୍ତ କୁମାର ଉଲ୍ଲାକା ଯୋଗଦେଇଥିବା ବେଳେ ବକ୍ତା ଭାବରେ ଦେବଗିରି କ୍ରାନ୍ତିକାରୀ ଆଶ୍ରମର ବାବା ପୂଜ୍ୟ ସ୍ୱାମୀ କ୍ରାନ୍ତି ସ୍ୱରୂପାନନ୍ଦ ଗିରି ଉପସ୍ଥିତ ରହିଥିଲେ । ସମ୍ମାନୀୟ ଅତିଥି ଭାବେ ଆଦିବାସୀ କୂଳ ବ୍ଲକ ସଭାପତି ରଘୁନାଥ ନିସିକା, ଗେଦାଲି ଶ୍ରୀନିବାସ ରାଓ, ଲୋଚମପତି କାଡ୍ର।କା,କରପା ସରପଞ୍ଚ ସିନ୍ଧୁ କୁଲେସିକା,ଧନସିଂ ତିମାକା,ପ୍ରମୁଖ ମଞ୍ଚାସିନ ରହିଥିଲେ ।

ଏଥିରେ କୌଣସି ଅଜଣା ବ୍ୟକ୍ତି ଗ୍ରାମକୁ ଆସନ୍ତି ସେମାନଙ୍କୁ ପ୍ରଶ୍ରୟ ନଦେଇ ପ୍ରଥମେ ଗ୍ରାମଦେବୀ ଙ୍କ ଠାରେ ପ୍ରଣାମ କଲେ ଗ୍ରାମରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ତାହାହେଲେ ସେହି ବ୍ୟକ୍ତି ଆମ ଧର୍ମର ଧରାଯିବ ବୋଲି ସଭାରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଗାଁ ରେ ସମସ୍ତେ ମିଳିତରେ ସଂଗଠନ କରି ଅନ୍ୟ ଧର୍ମକୁ ଯିବା ପୂର୍ବରୁ ଧର୍ମ ନେବାକୁ ଚାହୁଁ ଥିବା ବ୍ୟକ୍ତି କୁ ପରିବର୍ତ୍ତନ କରିବାକୁ କହିଛନ୍ତି । ଯଦି କୌଣସି ବ୍ୟକ୍ତି ଏହାକୁ ଅବମାନନା କରନ୍ତି ତାହା ହେଲେ ଗାଁରୁ ବାସନ୍ଦ କରାଯିବ ବୋଲି ଆଲୋଚନା କରିଛନ୍ତି । ଏଥିରେ ଜାନି, ଦିଶାରୀ, ସାମନ୍ତ, ପୂଜାରୀ, ଧର୍ମ ପ୍ରେମୀ ଓ ଦେଶପ୍ରେମୀ ପ୍ରାୟ ଦୁଇ ଶହ ଲୋକ ଉପସ୍ଥିତ ରହି ଥିଲେ ।