Thursday, March 28, 2024

Top 5 This Week

Related Posts

ଘର ଭିତରେ ପଶିଲା ହରିଣ, ମାନବିକତା ଦେଖାଇ ଘର ମାଲିକ ଛାଡ଼ିଲେ ଜଙ୍ଗଲରେ

ରିପୋର୍ଟ : ଶିବ ବିଶୋଇ //
ଲମତାପୁଟ, (୦୮/୦୪) : କୋରାପୁଟ ଜିଲ୍ଲା ଅନକାଡେଲିରେ ଜଙ୍ଗଲରୁ ଏକ ହରିଣ ଆସି ଏ. ନରେଶଙ୍କ ଘର ଭିତରେ ପଶି ଯାଇଥିଲା ।

ଘର ଭିତରେ ପଶି ଘର ର ସବୁ ସାମଗ୍ରୀ ଭଙ୍ଗାରୁଜା କରିବା ସହ ବହୁ କ୍ଷତି କରିଥିଲା । କିନ୍ତୁ ଘର ମାଲିକ ହରିଣକୁ ପ୍ରାୟ ଘଣ୍ଟାଏ ପରେ କାବୁ କରିବାରେ ସକ୍ଷମ ହୋଇଥିଲେ । ବନ ବିଭାଗ କୁ ଖବର ଦେବାପାଇଁ ଚେଷ୍ଟା କରିଥଲେ ନେଟୱର୍କ ନ ଥିବାରୁ ଖବର ଦେଇ ପାରି ନଥିଲେ । ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଘର ମାଲିକ ମାନବିକତା ଦେଖାଇ ଗ୍ରାମ ର କିଛି ଯୁବକଙ୍କ ସହ ମିଶି ଡୁଡୁମା ଜଳପ୍ରପାତ ଜଙ୍ଗଲକୁ ନେଇ ଛାଡ଼ିଥିଲେ ।

ନରେଶଙ୍କ ଘର ର ଏତେ ପରିମାଣ ରେ କ୍ଷତି ହୋଇ ମଧ୍ୟ ଜଙ୍ଗଲରେ ହରିଣକୁ ଛାଡିବା ଅନ୍ୟଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଏବଂ ଗ୍ରାମବାସି ନରେଶଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles