ଢେଙ୍କାନାଳର ପୌରପାଳିକା ତରଫରୁ ବୁଲା ଗାଈଗୋରୁଙ୍କୁ ସହରଠୁ ଦୂରକୁ ସ୍ଥାନନ୍ତରଣ

0
165

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୧/୦୮/୨୦୨୧) : ଢେଙ୍କାନାଳ ଟାଉନ ହଲ ଠାରେ ଆଜି ଢେଙ୍କାନାଳର ପୌରପାଳିକା ତରଫରୁ କାଓ କ୍ୟାବ ଗାଡ଼ି ଦ୍ୱାରା ୧୭ଟି ଗାଈକୁ ମହିଷାପାଟ ସ୍ଥିତ କାଞ୍ଜିଆହୁଦା ପଠାଯାଇଥିଲା ।

ବାରମ୍ବାର ସହରବାସୀ ଙ୍କୁ ଅନୁରୋଧ କଲେ ମଧ୍ୟ ଅମାନିଆ ହୋଇ ନିଜ ଗାଈଗୋରୁଙ୍କୁ ସହରମଧ୍ୟକୁ ଛାଡ଼ିଦେବା ଦ୍ୱାରା ସହରର ରାସ୍ତା ଗୁଡିକ ଜାମ ହେବା ସହ ସମୟ ସମୟେ ଲୋକମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଯାହାଦ୍ୱାରା କି ଢେଙ୍କାନାଳର ପୌରପାଳିକା ତରଫରୁ ଗାଈଗୋରୁଙ୍କ ମାଲିକ ମାନଙ୍କୁ ଫାଇନ ବ୍ୟବସ୍ଥା କରାଯାଇଅଛି । ଗାଈଗୋରୁଙ୍କ ଖାଇବା ବାବଦକୁ ଖର୍ଚ୍ଚ ହେଉଥିବା ବାବଦକୁ ମାଲିକମାନେ ଦିନକୁ ୧୦୦ ଟଙ୍କା ଲେଖାଏଁ ଜୋରିମାନା ଦେଇ ନିଜ ଗାଈକୁ ମୁକୁଳାଇବା ପାଇଁ ନିୟମ କରାଯାଇଛି ।

ବଡ଼ ଗାଇପିଛା ୧୦୦୦ ଏବଂ ବାଛୁରୀ ପିଛା ୫୦୦ ଟଙ୍କା ଜୋରିମାନା ମଧ୍ୟ ରଖାଯାଇଛି । ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସାନିଟାଇଜ ଇନ୍ସପେକ୍ତର ସନ୍ତୋଷ କୁମାର ମହାନ୍ତି, ଇନଚାର୍ଜ ଅଫିସର ବିଭୁତି ଭୂଷଣ ସ୍ୱାଇଁ ଏବଂ ସାନିଟସନ ମୁଖ୍ୟ ସରୋଜ କୁମାର ରାଉତ ଙ୍କ ତତ୍ୱବାଧାନରେ ଏହି କାର୍ଯ୍ୟ ସମ୍ପାଦିତ କରାଯାଇଥିଲା ।