ଗୁଜରାଟ ରୁ ଚିହ୍ନଟ ହେଲା ସବୁଠୁ ସଂକ୍ରାମକ ଭାରିଏଣ୍ଟ ଏକ୍ସଇ

0
150
ଗୁଜରାଟ ରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୯/୦୪) : ଦେଶରେ ଏବେ କରୋନା ମହାମାରୀ ର ଭୟ ଧୀରେ ଧୀରେ କମୁଥିବା ବେଳେ, ଏହାରି ମଧ୍ୟରେ ଆଉ ଏକ ଖବର ସାମ୍ଙ୍କୁ ଆସିଛି । ଗୁଜରାଟ ରୁ ଚିହ୍ନଟ ହେଲା ସବୁଠୁ ସଂକ୍ରାମକ ଭାରିଏଣ୍ଟ ଏକ୍ସଇ । ଗୁଜରାଟରେ ଜଣେ ବ୍ୟକ୍ତି ଓମିକ୍ରନ୍‌ ଭାରିଏଣ୍ଟର ଏକ୍ସଇ ସବ୍-ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂତ୍ର ଅନୁଯାୟୀ, ଗୁଜରାଟ ରୁ ଏକ୍ସଏମ ଭାରିଏଣ୍ଟ ର ଏକ ମାମଲା ମଧ୍ୟ ଚିହ୍ନଟ ହୋଇଛି । ଏହାପୂର୍ବରୁ ଗୁରୁବାର ଦିନ ମୁମ୍ବାଇରେ ଏକ୍ସଏମ ଭାରିଆଣ୍ଟ ର ଏକ ମାମଲା ରୁଜୁ ହୋଇଥିଲା । ତେବେ ଏହାକୁ କିନ୍ତୁ କେନ୍ଦ୍ର ସରକାର ଖଣ୍ଡନ କରିଥିଲେ । ବର୍ତ୍ତମାନ ଯାଏ ଏହି ନୂଆ ଭାରିଏଣ୍ଟ ର କୌଣସି ପ୍ରମାଣ ମିଳିନାହିଁ ବୋଲି କହିଥିଲେ ।

ଗୁଜୁରାଟରେ ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ଏହି ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଗୋଟିଏ ସପ୍ତାହ ଯାଏଁ ତାଙ୍କ ଅବସ୍ଥା ଭଲ ଥିଲା । କିନ୍ତୁ ଯେତେବେଳେ ନମୂନା ଟେଷ୍ଟର ରେଜଲ୍ଟ ଆସିଥିଲା ସେତେବେଳେ ସେ XE ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ କୌଣସି ଗୁରୁତର ଲକ୍ଷଣ ନାହିଁ । ଏଥିପାଇଁ ଅଯଥା ଭୟଭୀତ ନହେବାକୁ ସରକାର ପରାମର୍ଶ ଦେଇଛନ୍ତି ।

ଓମିକ୍ରନ୍‌ ର BA.2 ଭାରିଏଣ୍ଟ ଅପେକ୍ଷା XE ୧୦% ଅଧିକ ସଂକ୍ରାମକ । ଯାହା ଏବେ ଚିନ୍ତାର ବିଷୟ । ତେବେ ମନ୍ତ୍ରଣାଳୟ ର ସୂଚନା ଅନୁସାରେ ଏହି ଭାରିଏଣ୍ଟ ଯୋଗୁଁ ଦେଶରେ ସଂକ୍ରମଣ ମାମଲା ବଢ଼ୁଥିବା ନେଇ କୁହାଯାଇପାରିବ ନାହିଁ । ଏଥିପାଇଁ ଆହୁରି ଅଧ୍ୟୟନ ଆବଶ୍ୟକ । ଜିନୋମିକ୍ ବିଶେଷଜ୍ଞ ଏବଂ ଏନସିଡିସି ବର୍ତ୍ତମାନ ଏହାର ମୂଲ୍ୟାଙ୍କନ କରୁଛନ୍ତି ।