ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌

0
125
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୦୯/୦୪) : ହ୍ୟାକ୍ ହୋଇଗଲା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ । ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତାଙ୍କ ଟ୍ୱିଟ୍‌ର ଆକାଉଣ୍ଟ ହ୍ୟାକ୍‌ କରିଥିବା ଜଣାପଡିଛି ।

ହ୍ୟାକ୍‌ କରିଥିବା ଦୁର୍ବୃତ୍ତମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଉକଣ୍ଟର ପ୍ରୋଫାଇଲ୍‌ ଫଟୋ ମଧ୍ୟ ବଦଳାଇ ଦେଇଛନ୍ତି । ଏଥିସହ ଅନେକ ୟୁଜର୍ସଙ୍କୁ ଟ୍ୟାଗ୍‌ କରି ବିଭିନ୍ନ ଟ୍ୱିଟ୍‌ ମଧ୍ୟ କରିଛନ୍ତି । ଏହା ପରେ ହ୍ୟାକର୍‌ମାନେ ପୋଷ୍ଟ୍‌ କରିଥିବା ଟୁଇଟ୍‌ଗୁଡ଼ିକୁ ହଟାଇ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟର ଆକାଉଣ୍ଟ ପ୍ରାୟ ରାତି ୧୨.୩୦ ମିନିଟ୍‌ରେ ହ୍ୟାକ୍‌ ହୋଇଥିଲା । ଏହାର ୪୦ ମିନିଟ୍‌ ପରେ କିନ୍ତୁ ଆକାଉଣ୍ଟ ପୁଣି ଥରେ ରିଷ୍ଟୋର ହୋଇଥିଲା । ୟୁପି ସିଏମଓର ଆକାଉଣ୍ଟ ହ୍ୟାକିଂ ବିଷୟରେ ଟ୍ୱିଟର ବ୍ୟବହାରକାରୀମାନେ ଜାଣିବା ମାତ୍ରେ ୟୁପି ପୁଲିସ, ୟୁପି ସରକାର, କେନ୍ଦ୍ର ସରକାରଙ୍କୁ ଟ୍ୟାଗିଂ କରି ସ୍କ୍ରିନସଟ ସେୟାର କରିବା ଆରମ୍ଭ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ବିଷୟରେ ଜଣାପଡିବା ପରେ ଏହାକୁ ରିଷ୍ଟୋର କରିବା ପାଇଁ କସରତ ଆରମ୍ଭ ହୋଇଥିଲା । ପ୍ରାୟ ଦେଢ଼ ଘଣ୍ଟା ପରେ ଏହାକୁ ପୁଣି ଆଂଶିକ ରିଷ୍ଟୋର କରାଯାଇଥିଲା ଓ ହ୍ୟାକର୍‌ମାନେ ବହୁ ଲୋକଙ୍କୁ ଟ୍ୟାଗ୍‌ କରି ପୋଷ୍ଟ କରିଥିବା ଟୁଇଟ୍‌ଗୁଡ଼ିକୁ ଡିଲିଟ୍‌ କରାଯାଇଥିଲା । କିନ୍ତୁ, ଉକ୍ତ ପୋଷ୍ଟ୍‌ଗୁଡ଼ିକର ‘ସ୍କ୍ରିନ୍‌ସଟ୍‌’ ସବୁ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ହ୍ୟାକର୍‌ ଯେଉଁ ଟ୍ୱିଟ୍‌କୁ ପିନ୍‌ କରିଥିଲା, ସେଥିରେ ଆନିମେଟେଡ୍‌ ଫଟୋ ତିଆରି କରିବା ପାଇଁ ଟ୍ୟୁଟୋରିଆଲ ସୂଚନା ଦିଆଯାଇଥିଲା । ହ୍ୟାକର ପିନ୍ କରିଥିବା ଟୁଇଟ୍‌ରେ ଆନିମେଟେଡ୍ ଇମେଜ୍ କିପରି ସୃଷ୍ଟି ହେବ ସେ ସମ୍ବନ୍ଧରେ ଏକ ଟ୍ୟୁଟୋରିଆଲ୍ ଦିଆଯାଇଥିଲା । ଏହା ସହିତ ତିନୋଟି ପର୍ଯ୍ୟାୟ ପ୍ରକ୍ରିୟା ମଧ୍ୟ ବର୍ଣ୍ଣନା କରାଯାଇଥିଲା । ଏହାର ଏକ ଲିଙ୍କ୍ ମଧ୍ୟ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ର ପ୍ରୋଫାଇଲ୍ ବାୟୋ ମଧ୍ୟ ପରିବର୍ତ୍ତନ କରିଦେଇଥିଲା ହ୍ୟାକର୍‌ । ଏଥିରେ, CMOଙ୍କୁ ବୋର୍ଡ ଆପ୍ YC ଏବଂ Yuga Labs ର ପ୍ରତିଷ୍ଠାତା ଭାବରେ ବର୍ଣ୍ଣନା କରାଯାଇଥିଲା । ସେ ପୋଷ୍ଟ୍‌ରେ ଲେଖାଥିଲା, ‘‘ହାଓ ଟୁ ଟର୍ଣ୍ଣ ୟୋର୍‌ ବିଏୱାଇସି/ଏମ୍‌ଏୱାସି ଆନିମେଟେଡ୍‌ ଅନ୍‌ ଟୁଇଟର୍‌ ।’’ ତେବେ ଏଭଳି କିଏ କରିଥିଲା ଓ କାହିଁକି ସେ ନେଇ ତଦନ୍ତ ଚାଲିଛି ।