Friday, March 29, 2024

Top 5 This Week

Related Posts

ଶିଆଳି ପଞ୍ଚାୟତ ର ଗୁଋଷୀଙ୍ଗି ଗୁଡାରେ ପଲ୍ଲୀ ସଭା

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୯/୦୪) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ଅନ୍ତର୍ଗତ ଶିଆଳି ପଞ୍ଚାୟତ ର ଗୁଋଷୀଙ୍ଗୀ ଗୁଡା ରେ ଆଜି ଏକ ପଲ୍ଲୀ ସଭା ଅନୁଷ୍ଟିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଗ୍ରାମ ରେ ଅନୁଷ୍ଟିତ ପଲ୍ଲୀସଭା ରେ ସ୍ଥାନୀୟ ସରପଞ୍ଚ ଶ୍ରୀ ରାମ୍ ପ୍ରସାଦ ପଟ୍ଟନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ସଭାରେ କାଶୀନଗର ଗୋଷ୍ଟି ଉନ୍ନୟନ ଅଧିକାରୀ ଡ଼ା. ଲକ୍ଷ୍ମୀ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କନିଷ୍ଠ ଯନ୍ତ୍ରୀ ନାରାୟନ ପାଢ଼ୀ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ର କର୍ମକର୍ତ୍ତା, ଜଙ୍ଗଲ ବିଭାଗ ତରଫରୁ ଫରେଷ୍ଟର ଧର୍ମରାଜ୍ ମିସାଲ୍ ଯୋଗ ଦେଇଥିଲେ ସ୍ଥାନୀୟ ଜନସାଧାରଣ ଙ୍କୁ ନେଇ ଏହି ପଲ୍ଲୀ ସଭା ଅନୁଷ୍ଟିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଶିଆଳି ପଞ୍ଚାୟତ ଜନସାଧାରଣ ଙ୍କୁ ସ୍ୱଚ୍ଚ ପିଇବା ପାଣି ଯୋଗାଇଦେବା ହେଉଛି ଏହାର ଲକ୍ଷ୍ୟ ।

ଏଠାରେ ମେଗା ଜଳ ଅମଳ ପ୍ରକଳ୍ପ କରି ଗରିଆ ଗୁଡା, ଶିଆଳି, କରନି ଭଦ୍ରା, ହରିପୁର କଲା ଗ୍ରାମ ଗୁଡ଼ିକୁ ସ୍ୱଚ୍ଛ ପାଣି ପିଇବା ଓ ରାନ୍ଧିବା ପାଇଁ ଦିଆଯିବ । ଏଣୁ ପଲ୍ଲୀସଭା ଜରିଆରେ ଲୋକ ମାନଙ୍କ ମତ ନିଆଯାଇଥିଲା ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles