ପ୍ରତାରଣା ରୁ ପ୍ରେରଣା : ଦିନେ ଖବରକାଗଜ ବିକୁଥିଲେ, ଆଜି IAS

0
193
ପ୍ରତାରଣା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମଧ୍ୟପ୍ରଦେଶ, (୧୦/୦୪) : ପ୍ରତାରଣା ରୁ ପ୍ରେରଣା, ସାହାଯ୍ୟ ଜଣଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ କରେ । କିନ୍ତୁ ପ୍ରତାରଣା ଆଉ ଧୋକା କ’ଣ ସଫଳତା ର ସୂତ୍ର ହୋଇପାରେ ? ଏହା ଜାଣିଛନ୍ତି କି ଶୁଣିଛନ୍ତି ? ହଁ, ଏହା ବି ହୋଇଛି ।WhatsApp Image 2022 04 10 at 10.55.32 AM ପ୍ରତାରଣା ରୁ ପ୍ରେରଣା : ଦିନେ ଖବରକାଗଜ ବିକୁଥିଲେ, ଆଜି IAS

ପ୍ରତାରଣା, ବିଶ୍ୱାସ ଘାତକତାରୁ ସୃଷ୍ଟି ହୋଇଛି ସଫଳତାର ସୂତ୍ର । IAS ନୀରିଶ ରାଜପୁତଙ୍କ ସଫଳତାର ସୂତ୍ର ଏହା । ପ୍ରତାରଣା, ଧୋକା ର ଝଟକାକୁ ନୀରିଶ କରିତିଲେ ସକରାତ୍ମକ । ସେ ଶିକ୍ଷାରୁ ସେ ନିଷ୍ଠା ର ସହ ପରିଶ୍ରମ କରି ହେଲେ ଇଏସ ।

ମଧ୍ୟପ୍ରଦେଶ ର ଭିଣ୍ଡ ଜିଲ୍ଲା ର ନୀରିଶ ରାଜପୁତ। ବାପା ଜଣେ ଦରଜି । ପରିବାର ର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ସ୍କୁଲ ର ଫି ଦେବାକୁ ମଧ୍ୟ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିଲା । ପରିବାର ଚଳାଇବା ପାଇଁ ସେ ଅନେକ ସମୟରେ ଟଙ୍କା ଉଧାର ଆଣୁଥିଲେ । ତେଣୁ ଖବରକାଗଜ ବିକି ନୀରିଶ ତାଙ୍କ ସ୍କୁଲ୍‌ ଫି ଦେଉଥିଲେ । ଦ୍ୱାଦଶ ପଢି ସାରିବା ପରେ ସେ ଗ୍ବାଲିଅର ଯାଇ ବେସରକାରୀ ଚାକିରି କଲେ ଏବଂ M.Sc ପର୍ଯ୍ୟନ୍ତ କଷ୍ଟରେ ପାଠ ପଢିଲେ ।

କେବଳ ଅଭାବ ନୁହେଁ, ଅନେକ ପ୍ରତିକୂଳ ପରିସ୍ଥିତି ର ସାମ୍ନା କରିତିଲେ ନୀରିଶ । ବନ୍ଧୁଙ୍କ ଠାରୁ ପ୍ରତାରଣା ମଧ୍ୟ ପାଇଛନ୍ତି । ନୀରିଶଙ୍କ ବନ୍ଧୁ UPSC କୋଚିଂ ଇନଷ୍ଟିଚ୍ୟୁଟ୍ ଖୋଲିଥିଲେ । ନୀରିଶଙ୍କୁ ସେ ଏଠାରେ ଶିକ୍ଷାର୍ଥୀ ମାନଙ୍କୁ ପଢାଇବାକୁ କହିଥିଲେ । କୋଚିଂ ସେଣ୍ଟର ଭଲ ଚାଲିଲା । କିନ୍ତୁ ବନ୍ଧୁ ଜଣଙ୍କ ତାଙ୍କୁ କିଛି ଟଙ୍କା ଦେଲେନି । ଏହାପରେ ନୀରିଶ ଦିଲ୍ଲୀ ଚାଲିଗଲେ । ସେଠାରେ ସେ UPSC ପାଇଁ ପ୍ରସ୍ତୁତି କଲେ । ଶେଷ ଉଦ୍ୟମରେ ସେ ଏଥିରେ କୃତକାର୍ଯ୍ୟ ହେଲେ । ୨୦୧୫ ବ୍ୟାଚ ର IAS ଅଫିସର ନିତିଶ ।

ପ୍ରତାରଣାକୁ ପ୍ରେରଣା ଭାବେ ଗ୍ରହଣ କଲେ ନୀରିଶ । ଦୁଃଖ କରିବା ବଦଳରେ ମନରେ ଜିଦ୍‌ ଆଣିଲେ କିଛି ନିଆରା କରି ଦେଖାଇବା ପାଇଁ । UPSCରେ କୃତକାର୍ଯ୍ୟ ହେବା ପରେ ନୀରିଶଙ୍କ ଜୀବନ ଏବେ ବଦଳିଯାଇଛି । ଆଉ ଆର୍ଥିକ ଅନଟନ ନାହିଁ । ଏବେ ସବୁଠୁ ମିଳୁଛି ପ୍ରଶଂସା । ପ୍ରକୃତରେ ଯୋ ଜିତା ୱହି ସିକନ୍ଦର….