Thursday, March 28, 2024

Top 5 This Week

Related Posts

ଅନାସ୍ଥା ଭୋଟରେ ଜିତିବା ପରେ ଶାହବାଜ ସରିଫଙ୍କ ବୟାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପାକିସ୍ତାନ, (୧୦/୦୪) : ଅନାସ୍ଥା ଭୋଟରେ ବିଜୟୀ ହେବା ପରେ ପାକିସ୍ତାନ ମୁସଲିମ ଲିଗ ନୱାଜ ସାଂସଦ ଶାହବାଜ ସରିଫ ସଂସଦରେ ପ୍ରତିକ୍ରିୟା ରଖିଛନ୍ତି ।

ଅନାସ୍ଥା ଭୋଟରେ ଜିତିବା ପରେ ଶାହବାଜ କହିଛନ୍ତି, ଲକ୍ଷ ଲକ୍ଷ ପାକିସ୍ତାନ ନାଗରିକଙ୍କୁ ଉଦ୍ୟମ ସଫଳ ହୋଇଛି । ଦେଶ ର ଭ୍ରଷ୍ଟ ସରକାର ର ପତନ ଘଟିଛି । ତେବେ ପାକିସ୍ତାନ ର ନୂଆ ସରକାର କାହା ବିରୋଧରେ ରାଜନୈତିକ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ନେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଶାହବାଜ ସରିଫ । ସେହିପରି ପାକିସ୍ତାନ ପିପୁଲସ ପାର୍ଟି ର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ପ୍ରତିକ୍ରିୟା ଦେଇ କହିଛନ୍ତି ଦେଶ ତିନି ବର୍ଷ ଧରି ବୋଝ ଉଠାଉଥିଲା, ସେହି ଅଧ୍ୟାୟ ର ସମାପ୍ତ ହୋଇଛି ।

ଶାହବାଜ ସରିଫ ୨୦୧୮ ଅଗଷ୍ଟ ୧୩ ରୁ ନ୍ୟାସନାଲ ଆସେମ୍ବ୍ଲି ର ସଦସ୍ୟ ଅଛନ୍ତି । ସେ ବିରୋଧୀ ଦଳ ନେତା ମଧ୍ୟ । ଏହା ପୂର୍ବରୁ ଶାହବାଜ ପଞ୍ଜାବ ର ୩ ଥର ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ ପର୍ଯ୍ୟନ୍ତ ପଞ୍ଜାବ ର ମୁଖ୍ୟମନ୍ତ୍ରୀ ରହିଥିଲେ । ସେ ଏବେ ପିଏମଏଲ-ଏନ ର ଅଧ୍ୟକ୍ଷ ଅଛନ୍ତି । ୧୯୫୧ ସେପ୍ଟେମ୍ବର ୨୩ ରେ ଲାହୋରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ମହମ୍ମଦ ସରିଫ ଜଣେ ବ୍ୟବସାୟୀ ଥିଲେ । ପ୍ରଥମେ ତାଙ୍କ ପରିବାର ଅମୃତସରରେ ରହୁଥିଲେ । ୧୯୪୭ ରେ ଭାରତ ବିଭାଜନ ହୋଇ ପାକିସ୍ତାନ ଗଠନ ହେବା ପରେ ସେମାନେ ଲାହୋର ଚାଲି ଯାଇଥିଲେ ।

ଶାହବାଜଙ୍କ ଦୁଇ ବଡ ଭାଇ ଅବାସ ଓ ନୱାଜ ସରିଫ୍ । ଶାହବାଜ ୧୯୭୩ରେ ନିଜ ସମ୍ପର୍କୀୟଙ୍କୁ ପ୍ରଥମ ଓ ୨୦୦୩ରେ ଦ୍ୱିତୀୟ ବିବାହ କରିଥିଲେ । ଶାହବାଜ ନୱାଜଙ୍କଠାରୁ ଅଧିକ ଧନୀ ବୋଲି କୁହାଯାଉଛି । ସେ ୮୦ଦଶକରେ ରାଜନୀତିରେ ସାମିଲ ହୋଇଥିଲେ ଓ ୧୯୮୮ରେ ଲାହୋରରୁ ପ୍ରଥମ ନିର୍ବାଚନ ଜିତିଥିଲେ ।

୧୯୯୭ ନିର୍ବାଚନରେ ପିଏମଏଲ-ଏନ ଟିକେଟରୁ ବିଜୟୀ ହୋଇ ପ୍ରଥମ ଥର ପାଇଁ ପଞ୍ଜାବ ପ୍ରଦେଶ ର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୯ରେ ସେନା କ୍ଷମତା ଅକ୍ତିଆର କରିବାରୁ ଶାହବାଜଙ୍କ ପରିବାର ଦେଶ ଛାଡି ଦୁବାଇ ପଳାଇ ଥିଲେ । ୨୦୨୦ ସେପ୍ଟେମ୍ବରରେ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ ୨୦୨୧ ଏପ୍ରିଲରେ ଲାହୋର ହାଇକୋର୍ଟ ତାଙ୍କୁ ଜାମିନ୍ ଦେଇଥିଲେ ।

Popular Articles