ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କ ଲୋଇସିଂହା ଗସ୍ତ : ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ

0
214

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା,(୦୧/୦୮) : ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ରବିବାର ଲୋଇସିଂହା ବ୍ଲକ ଗସ୍ତରେ ଆସି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିଛନ୍ତି ।313e1008 723b 48a7 abbf 9ee524b15e4a ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଙ୍କ ଲୋଇସିଂହା ଗସ୍ତ : ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ

ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ସ୍ଥାନୀୟ ସମନ୍ବିତ ଶିଶୁ କଲ୍ୟାଣ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ପ୍ରତି ମାସ ପହିଲା ତାରିଖରେ ହେଉଥିବା ଛତୁଆ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ ସେ ଟେଭାଡୁଙ୍ଗୁରି, ଲୁହୁରାପାଲି, ବୁର୍ଡା ଓ ଦୁମଦୁମି ଅଙ୍ଗନବାଡି କେନ୍ଦ୍ର ବୁଲି ଦେଖିବା ସହିତ ଛତୁଆ ବଣ୍ଟନ କରିଥିଲେ । ଏଥିସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଉପସ୍ଥିତ ମା ଓ ଶିଶୁ ମାନଙ୍କ ସହିତ ଭାବ ବିନିମୟ କରିବା ସହିତ “ଉପକାରୀ ବଗିଚା” ପରିଦର୍ଶନ କରିଥିଲେ । ଛତୁଆର ସ୍ୱାଦ ପରଖିବା ସହିତ ତାକୁ ଆହୁରି ଉଚ୍ଚମାନର କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏଥିସହିତ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ବିଜୁଳି ସଂଯୋଗ ତଥା ପାନୀୟ ଜଳ ଯୋଗାଣ ଓ ପାଇଖାନାର ବ୍ୟବସ୍ଥା ନ ଥିବାରୁ ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଏହି ଗସ୍ତ ସମୟରେ ସିଡିପିଓ ପ୍ରଜ୍ଞାରାଣୀ ବାରିକଙ୍କ ସମେତ ଅଙ୍ଗନବାଡି ସୁପରଭାଇଜର ମାନେ ଉପସ୍ଥିତ ଥିଲେ ।