Friday, March 29, 2024

Top 5 This Week

Related Posts

ୟୁକ୍ରେନ ର ବୁଚା ସହରରେ ରୁଷିଆ ର ନରସଂହାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ୟୁକ୍ରେନ, (୧୨/୦୪) : ୟୁକ୍ରେନ ର ବୁଚା ସହରରେ ରୁଷିଆ ଯେଉଁ ନରସଂହାର କରିଛି, ତା’ର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ।

ୟୁକ୍ରେନ ର ବୁଚା ଅଞ୍ଚଳରେ ଦୁଷ୍କର୍ମ, ହତ୍ୟା, ନିର୍ଯାତନା ଓ ବର୍ବରତା ର ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି । ଏହି ଅଞ୍ଚଳକୁ ଗସ୍ତ କରି ଜାତୀୟ, ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ଯୁଦ୍ଧ ଅପରାଧ ର ତଦନ୍ତ କରୁଥିବା ସଂସ୍ଥା ଯାହା କହିଛନ୍ତି, ତାହା ମାନବ ସମାଜ ର ହୃଦୟକୁ ଚହଲାଇ ଦେଇଛି ।

ସ୍କୁଲକୁ ମଧ୍ୟ ଛାଡିନାହାନ୍ତି ପୁଟିନ୍ ସେନା । ଛୋଟ ଛୋଟ ପିଲା ମଧ୍ୟ ସେମାନଙ୍କ ଟାର୍ଗେଟରୁ ବାଦ ପଡିନାହାନ୍ତି । କିଭ୍ ସହର ଛାଡି ଚାଲିଗଲା ବେଳେ ନର ରାକ୍ଷସ ପାଲଟି ଯାଇଥିଲେ ରୁଷ ର ସୈନିକମାନେ । ଯାହାକୁ ପାଇଥିଲେ, ତାହା ଉପରେ ଗୁଳିମାଡ଼ ମାଡ଼ କରିଥିଲେ । ଜନବସତି ଉପରେ କମାଣ ଚଳାଇଥିଲେ ।

ରାସ୍ତା ଘାଟ, ଆପାର୍ଟମେଂଟ, ସ୍କୁଲ, ମଲ୍ ଯେଉଁଠିକୁ ଚାହିଁଲେ ଖାଲି ଲୋକଙ୍କ ମୃତଦେହ । ରୋଷେଇ ଘରେ ବି ପଡିଛି ମୃତଦେହ । ଘର ଭିତରେ ପଶି ମାଆ-ଝିଅଙ୍କୁ ହତ୍ୟା କରିଥିବା ଚିତ୍ର ବୟାନ କରୁଛି, ବର୍ବରତା କେଉଁ ସୀମା ଲଂଘିଛନ୍ତି ରୁଷ ସେନା । କଥା କଥାକେ ଗୁଳିମାଡ଼ ।

ନ୍ୟୁୟର୍କ ଟାଇମ୍ସ ର ରିପୋର୍ଟ ଅନୁସାରେ ପ୍ରାୟ ୧୦ ହଜାର ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି । ଶହ ଶହ ମହିଳା ବଳାତ୍କାର ର ଶିକାର ହୋଇଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାକୁ ପଢ଼ିଲେ ଯେକୌଣସି ଲୋକ ର ଆଖିରୁ ଲୁହ ଖସିପଡିବ । ଏପରିକି ଯୁଦ୍ଧ ର ପ୍ରଥମ ସପ୍ତାହରେ ରାଜଧାନୀ କିଭର ମାତ୍ର କିଛି ମାଇଲ୍ ଦୂରରେ ଥିବା ବୁଚା ସହରରେ ଆତଙ୍କ ଖେଳାଇ ଦେଇଥିଲେ ପୁଟିନ ବାହିନୀ । ମହିଳା ହେଉ କି ଛୋଟ ପିଲା, ଯିଏ ଆଗରେ ପଡିଲା ଦୁଷ୍କର୍ମ ଶିକାର ହେଲା, ନହେଲେ ହତ୍ୟା ଧମକ ।

କିଛି ସ୍ଥାନରେ ଲୋକଙ୍କୁ ଜୀବନ୍ତା ଜଳାଇ ଦିଆଯାଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏହି ବର୍ବରତାକୁ ଦେଖି ଅନେକ ଲୋକଙ୍କ ମାନସିକ ରୋଗ ର ଶିକାର ହୋଇଛନ୍ତି । ଯେଉଁମାନେ ରୁଷ ସେନା ର ବର୍ବରତାକୁ ଆଖିରେ ଦେଖିଛନ୍ତି, ସେମାନଙ୍କ ଅଙ୍ଗେଲିଭା କାହାଣୀ ସମସ୍ତଙ୍କୁ ଦୋହଲାଇ ଦେଇଛି । ଗୋଟିଏ ବେସମେଂଟରେ ରୁଷ ସେନା ର ଶରଣରେ ଥିବା ୨୫ ଜଣ ଝିଅଙ୍କୁ ଗଣଦୁଷ୍ମର୍ମ କରାଯାଇଛି । ସେଥିରୁ ଅନେକ ଗର୍ଭବତୀ ହୋଇଛନ୍ତି ।

କୁହାଯାଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ସେନା ଯେଉଁଭଳି ବର୍ବର ଓ ଅମାନବୀୟ କାଣ୍ଡ କରିଥିଲା, ସେହିଭଳି ଚିତ୍ର ଏକ ବିଂଶ ଶତାବ୍ଦୀରେ ଦେଖିବାକୁ ମିଳିଛି । ରୁଷକୁ ଯୁଦ୍ଧ ଅପରାଧୀ ଭାବେ ପ୍ରମାଣ କରିବା ପାଇଁ ଆମେରିକା ଓ ୟୁରୋପ ର ଅନେକ ଦେଶ ର ସଂସ୍ଥା ତଥ୍ୟ ସଂଗ୍ରହ କରୁଛନ୍ତି ।

Popular Articles