ବୌଦ୍ଧଜିଲ୍ଲା ପଛୁଆ ବର୍ଗ ମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

0
202

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ତା (୩୧/୦୭) : ଆଜି ବୌଦ୍ଧଜିଲ୍ଲା ପଛୁଆ ବର୍ଗ ମୋର୍ଚା ସଭାପତି ରବୀନ୍ଦ୍ର ପ୍ରଧାନ ଙ୍କ ସଭାପତିତ୍ୱ ରେ ହରଭଙ୍ଗା ବ୍ଲକ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ପୁରୁଣା କଟକ ଠାରେ ପଛୁଆ ବର୍ଗ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇ ଥିଲେ |

ଏଥିରେ ବୌଦ୍ଧଜିଲ୍ଲା ପଛୁଆ ବର୍ଗ ମୋର୍ଚା ପୂର୍ବତନ ଜିଲ୍ଲା ସଭାପତି ମାଗୁଣି ଗାଇ ଗୌରୀଆ , ବରିଷ୍ଠ କାର୍ଯ୍ୟ କର୍ତ୍ତା ପୂର୍ଣ୍ଣ ଗାଇ ଗୌରୀଆ , ସୁବାଷ କୁମାର ପ୍ରଧାନ, ବାମନ ବାରିକ, ସୁଶୀଲ ଦେହୁରୀ, ସନ୍ତୋଷ ପ୍ରଧାନ, ଗରୁଡ ପ୍ରଧାନ, ଅଟଳ ପ୍ରଧାନ, ପ୍ରମୁଖ ଯୋଗ ଦେଇ ଥିଲେ |

ବର୍ତ୍ତମାନ କେନ୍ଦ୍ର ସରକାର ପଛୁଆ ବର୍ଗ ଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷିତ କରିଥିବାରୁ ଦେଶ ର ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କୁ ବୌଦ୍ଧ ଜିଲ୍ଲା ପଛୁଆ ବର୍ଗ ମୋର୍ଚା ତରଫରୁ ଧନ୍ୟବାଦ ଅର୍ପଣ କରାଗଲା |