Friday, March 29, 2024

Top 5 This Week

Related Posts

ଖାଣ୍ଡାବା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଟିତ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୩/୦୪) : ଖାଣ୍ଡାବା ଠାରେ ଆଜି ଜିଲ୍ଲା ପ୍ରଶାସନ ର ନିର୍ଦ୍ଧେଶ କ୍ରମେ ଏକ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ ଉଦ୍ଘାଟନ କରିଥିଲେ ।3a3179ca 25e9 4191 8b26 6fb33fb828fd ଖାଣ୍ଡାବା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ଗ୍ରାମ୍ୟ ମୁଖୀ ପ୍ରଶାସନ ଅନୁଷ୍ଟିତ

କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟମ୍ମା ଜିଲ୍ଲା ପରିଷଦ ସଭ୍ୟା ଜୋନ୍ ୧ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇଥିଲେ । ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ଙ୍କ ପୌରହିତ୍ୟରେ ଅନୁଷ୍ଟିତ ଏହି ସଭାରେ ତହସିଲଦାର ଶ୍ରୀ ଦିମଞ୍ଚଳ ମହାନ୍ତି ମେଡ଼ିକାଲ ଅଫିସର ଡ଼ା ପାର୍ଥ ସାରଥି ବେହେରା, ଖାଣ୍ଡାବା ଠାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ସି ଡି ପି ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ ।

ଏହି ଶିବିରରେ ମ୍ୟୁଟେଶନ, ପଟ୍ଟା ବଣ୍ଟନ ଓ ସାଧାରଣ ଅଭିଯୋଗ ଶୁଣିବା ଓ ତାହାର ସମାଧାନ କରିବା ପାଇଁ ପ୍ରଶାସନ ଆଜି ଗ୍ରାମ ଆଭିମୁଖ ହୋଇଛି ବୋଲି ବିଡ଼ିଓ ଶ୍ରୀ ସାହୁ କହିଛନ୍ତି । ଏଠାରେ ଭିନ୍ନକ୍ଷମ ଙ୍କୁ ବସ ପାସ, ଯାବ କାର୍ଡ ଇତ୍ୟାଦି ପ୍ରଦାନ କରାଯିବ ବ୍ୟବସ୍ଥା ହୋଇଥିବା ଜଣାଯାଏ । ଏଭଳି ପ୍ରତି ଦୁଇ ତିନୋଟି ପଞ୍ଚାୟତ କୁ ନେଇ ଶିବିର ମନ୍ କଲେ ପ୍ରଶାସନ ଗ୍ରାମ୍ୟ ଅଭିମୁଖୀ ହୋଇ ପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles