ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱଚ୍ଛତା ପକ୍ଷ ପାଳନ

0
184
ବୋରିଗୁମ୍ମା ଗୋଷ୍ଠୀ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୪/୪) : ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି ।

ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସ୍ୱଚ୍ଛତା ହିଁ ସେବା ବିଷୟବସ୍ତୁ ଉପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ସ୍ୱଚ୍ଛତା ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ଜଣାପଡିଛି । ବକ୍ତୃତା ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀ ଛାତ୍ର ଟି. ରୁଦ୍ର ସାଇ ପ୍ରଥମ ସ୍ଥାନ, ସପ୍ତମ ଶ୍ରେଣୀର କୁମାରୀ ସୋଫିୟା ଖରା ଦ୍ଵିତୀୟ ସ୍ଥାନ ଏବଂ କୁମାରୀ ବିଦ୍ୟା ଗୁପ୍ତା ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତା ରେ ଅଷ୍ଟମ ଶ୍ରେଣୀ ଛାତ୍ର ତୈଳ ପେଣ୍ଠିଆ ପ୍ରଥମ ସ୍ଥାନ, ସପ୍ତମ ଶ୍ରେଣୀ ପ୍ରବୀଣ କୁମାର ବେହେରା ଦ୍ଵିତୀୟ ସ୍ଥାନ ଏବଂ ଷଷ୍ଠ ଶ୍ରେଣୀ ର ସାଇ ସନ୍ତୋଷ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ପୁରସ୍କାର ବିତରଣ ଉତ୍ସବରେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାଜାରାମ ସ୍ୱାଇଁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ବି. ପି. ଓ.ସରୋଜ ମହାପାତ୍ର, ଶ୍ରୀନିବାସ ରାଓ, ବସନ୍ତ ପଣ୍ଡା, ବିପିନ ମାଝି, ଗୋଲକ ବିହାରୀ ଚୌଧୁରୀ, ତଥା ମଧ୍ୟ ଇଂରାଜୀ ବିଦ୍ୟାଳୟ, ବୋରିଗୁମ୍ମା ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିବା ଜଣାପଡିଛି ।