Friday, March 29, 2024

Top 5 This Week

Related Posts

ସାମ୍ବା ର ସେନା ଶିବିର ନିକଟରେ ୪ ସନ୍ଦିଗ୍ଧ ଡ୍ରୋନ ଦୃଶ୍ୟମାନ : ‘ଆଣ୍ଟି-ଡ୍ରୋନ୍‌’ ସିଷ୍ଟମ୍‌ରେ ଧରାପଡ଼ିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଶ୍ରୀନଗର,ଜମ୍ମୁ,(୦୨/୦୮) : ରବିବାର ରାତି ପ୍ରାୟ ୮.୩୦ରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ବାରି ବ୍ରାହ୍ମଣ ଅଞ୍ଚଳରେ ୪ଟି ସନ୍ଦିଗ୍ଧ ଡ୍ରୋନ୍‌ ଦୃଶ୍ୟମାନ ହୋଇଥିଲା । ସେଥିରୁ ଗୋଟିଏ ଡ୍ରୋନ୍‌ ଆର୍ମି କ୍ୟାମ୍ପ୍‌ ନିକଟରେ ଉଡୁଥିବା ଦେଖାଯାଇଥିଲା ବୋଲି ସାମ୍ବା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ରାଜେଶ ଶର୍ମା କହିଛନ୍ତି ।

ସାମ୍ବା ଜିଲ୍ଲା ଅନ୍ତର୍ଗତ ବାରି ବ୍ରାହ୍ମଣ ଥାନାରେ ନିଯୁକ୍ତ ଜମ୍ମୁ ଓ କଶ୍ମୀରର ପୁଲିସ କର୍ମଚାରୀମାନେ ଉପରୋକ୍ତ ଡ୍ରୋନ୍‌ ସବୁ ଦେଖିଥିଲେ । କିନ୍ତୁ, ସେ ଡ୍ରୋନ୍‌ଗୁଡ଼ିକ ରେଞ୍ଜ୍‌ ବାହାରେ ଥିବାରୁ ଅଧିକାରୀମାନେ ଗୁଳି ଚଳାଇ ପାରି ନ ଥିଲେ ।

କିନ୍ତୁ, ଏଥିରେ ସହଯୋଗ କରିବା ଲାଗି ‘୯୨ ଇନ୍‌ଫାଣ୍ଟ୍ରି ବ୍ରିଗେଡ୍‌’ରେ ନିଯୁକ୍ତ ପ୍ରତିରକ୍ଷା ବଳଙ୍କୁ ଅନୁରୋଧ କରିଛନ୍ତି । ଗତ ଶୁକ୍ରବାର ମଧ୍ୟ ସାମ୍ବା ଜିଲ୍ଲା ତିନୋଟି ପୃଥକ୍ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା ।

ସେହିଭଳି, ଜୁଲାଇ୧୬ ତାରିଖରେ ଜମ୍ମୁ ଏୟାର୍‌ ବେସ୍‌ ଆଖପାଖରେ ଉଡୁଥିବା ଅନ୍ୟ ଏକ ଡ୍ରୋନ୍‌ ସେଠାରେ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ’ ମୁତୟନ କରିଥିବା ‘ଆଣ୍ଟି-ଡ୍ରୋନ୍‌’ ସିଷ୍ଟମ୍‌ରେ ଧରାପଡ଼ିଥିଲା । ଗତ ମାସରେ ଜମ୍ମୁ ଏୟାର୍‌ ବେସ୍‌ରେ ଡ୍ରୋନ୍‌ ଆକ୍ରମଣ ହେବା ପରେ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ’ ସହରରେ ‘ଆଣ୍ଟି-ଡ୍ରୋନ୍‌ ସି‌ଷ୍ଟମ୍‌’ ମୁତୟନ କରିଛି ।

Popular Articles