Friday, March 29, 2024

Top 5 This Week

Related Posts

ଦୁର୍ଘଟଣାରେ ଯୁବକ ମୃତ : ଶବ ରଖି ରାସ୍ତା ଅବରୋଧ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୫/୪) : ବିନିକା – ଏସ ରାମପୁର ରାସ୍ତା ଦାନୀପାଲି ଛକ ଠାରେ ଗତ କାଲି ବିଳମ୍ବିତ ରାତିରେ ଦୁର୍ଘଟଣାରେ ଜଣେ ଯୁବକ ର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବିନିକା ସହର ପାତିକାରପଡା ର ଗୋବିନ୍ଦ ଗୁରୁ (୨୬) ।

ଘଟଣାରୁ ପ୍ରକାଶ ଯେ ଗୋବିନ୍ଦ ଵିଶାଲପାଲି ଏକ ରାଇସମିଲ ରୁ କାମ ସାରି ନିଜ ଘରକୁ ଫେରୁଥିବା ବେଳେ ଦାନୀପାଲି ଛକରେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ସଡ଼କ ଦୁର୍ଘଟଣାରେ ଯୁବକ ଜଣକ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେବାରୁ ଆମ୍ବୁଲାନ୍ସରେ ବିନିକା ଡାକ୍ତରଖାନା କୁ ଆଣିଥିଲେ । ସେଠାରେ ଡାକ୍ତର ଦେଖି ତାଙ୍କୁ ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣା ଘଟାଇଥିବା ଗାଡି କୁ ଚିହ୍ନଟ ହୋଇ ନଥିବାରୁ ଡାକ୍ତରଖାନା ରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଲୋକେ ଶବକୁ ନେଇ ଡାକ୍ତରଖାନା ସମ୍ମୁଖ ମୁଖ୍ୟ ରାସ୍ତା କୁ ଅବରୋଧ କରିଛନ୍ତି । ଅବରୋଧ ଯୋଗୁଁ ବିନିକା ସୋନପୁର ରାସ୍ତା ବନ୍ଦ ରହିଥିଲା । ବିନିକା ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଜାରି ରଖିଛି ।

ଏହି ଦୁର୍ଘଟଣାକୁ ନେଇ ଶତାଧିକ ପୁରୁଷ ମହିଳା ଆଜି ସକାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ପରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଏସଡ଼ିପିଓ ପୁଷ୍ପାଞ୍ଜଳି ମିଞ୍ଜ ଓ ଥାନା ଅଧିକାରୀ ପବିତ୍ର ସାହୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

Popular Articles