ବଲାଙ୍ଗୀର କୁଲତା ସମାଜ ଆନୁକୂଲ୍ୟରେ କୁଲତା ଦିବସ ପାଳିତ

0
215
ବଲାଙ୍ଗୀର କୁଲତା ସମାଜ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୬/୦୪) : ଅଦ୍ୟ ତା ୧୬/୦୪/୨୦୨୨ ରିଖ ସନ୍ଧ୍ୟା ୫ ଘଟିକା ସମୟରେ ସ୍ଥାନୀୟ ଯାଦବ ଭବନ ଠାରେ ବଲାଙ୍ଗୀର କୁଲତା ସମାଜ ଆନୁକୂଲ୍ୟରେ ଚୈତ୍ର ପୂର୍ଣ୍ଣିମା ଅବସରରେ ଏକ ସଭା ର ଆୟୋଜନ କରାଯାଇ କୁଲତା ଦିବସ ପାଳନ କରାଯାଇଥିଲା ।

ସର୍ବ ପ୍ରଥମେ ଇଷ୍ଟ ଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ଙ୍କର ପୂଜାର୍ଚନା କରାଯାଇ ଥିଲା । ଶ୍ରୀଯୁକ୍ତ ସୁରଥ ପଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ବଲାଙ୍ଗୀର କୁଲତା ସମାଜ ର ବିଭିନ୍ନ ଦିଗ ଉପରେ ଆଲୋଚନା ତଥା ପ୍ରସ୍ତାବ ଆଗତ ହୋଇଥିଲା । ଆଗାମୀ ଦିନରେ ଇଷ୍ଟ ଦେବୀ ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କର ମନ୍ଦିର ନିର୍ମାଣ ଉପରେ ବିଶେଷ ଭାବରେ ଗୁରୁତ୍ୱାରୋପ କରାଯାଇଥିଲା ।

ଉକ୍ତ ସେବାରେ ସଭାପତି ସୁରଥ ପଧାନ, ଉପସଭାପତି ଶାନ୍ତନୁ କୁମାର ପତ୍ର, ସୁଧୀର କୁମାର ଭୋଇ, ସମ୍ପାଦକ ଶାନ୍ତନୁ କୁମାର ଭୋଇ, ଯୁଗ୍ମ ସମ୍ପାଦକ ରାମଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପଧାନ, ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ଯାଦବ ଚନ୍ଦ୍ର ଭୋଇ ପଦ୍ମନାଭ ଭୋଇ, ମଧୁ ସାହୁ, ଲକ୍ଷ୍ମଣ ବିଶ୍ୱାଳ, ଲଳିତ ପଧାନ, ଆକାଶ ପଧାନ ଓ ନିରଞ୍ଜନ ଗଡ଼ତିଆଙ୍କ ଯୋଗ ଦାନ ସହିତ ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ସମାଜର ସମ୍ପାଦକ ଶାନ୍ତନୁ କୁମାର ଭୋଇ ସଭା ପରିଚାଳନା କରିବା ସହିତ ସହ ସଭାପତି ସୁଧୀର କୁମାର ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ ।