Friday, March 29, 2024

Top 5 This Week

Related Posts

୧୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ : ୨୦୨୪ କୁ ଲକ୍ଷ୍ୟ ରଖି ପ୍ରସ୍ତୁତି କରିବେ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୦୨/୦୮) : ଆଜି ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କରିଛନ୍ତି ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ । ପୂର୍ବରୁ ୧୦୦ ମିଟର ଦୌଡ଼ରେ ଦୂତୀ ନିରାଶ କରିଥିବା ବେଳେ ଆଜି ୨୦୦ ମିଟର ଦୌଡ଼ରେ ମଧ୍ୟ ହାରି ଯାଇଛନ୍ତି ।

୧୦୦ ମିଟର ଦୌଡ଼ରେ ହାରିବା ପରେ ୨୦୦ ମିଟରରେ ହିଟ୍-୪ରେ ସପ୍ତମ ସ୍ଥାନରେ ରହି ସେ ତାଙ୍କ ଟୋକିଓ ଅଲିମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ତେବେ ୨୦୨୪ ଅଲମ୍ପିକକୁ ଲକ୍ଷ ରଖି ଏବେଠୁ ପ୍ରସ୍ତୁତି କରିବେ ବୋଲି ଦୂତୀ କହିଛନ୍ତି ।

ଏଥିର ଖେଳରେ ଖରାପ ପ୍ରଦର୍ଶନ ହେବାର ପ୍ରମୁଖ କାରଣ ହେଉଛି କମ ପ୍ରାକ୍ଟିସ୍ । କରୋନା ଯୋଗୁ ଠିକ୍ ଭାବେ ପ୍ରାକ୍ଟିସ୍ କରିପାରିନଥିବା ଯୋଗୁଁ ଏଥର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବୋଲି ଦୂତୀ କହିଛନ୍ତି । ଆଗାମୀ ଦିନରେ ଏହା ଉପରେ ଗୁରୁତ୍ୱ ଦେବା ସହ ୨୦୨୪ ରେ ପ୍ୟାରିସ ରେ ହେବାକୁ ଥିବା ଅଲମ୍ପିକ୍ସରେ ସଫଳତା ପାଇବା ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି ।

ଆଜି ୨୦୦ ମିଟର ଅତିକ୍ରମ କରିବା ପାଇଁ ଦୂତି ୨୩.୮୫ ସେକେଣ୍ଡ ସମୟ ନେଇଥିଲେ, ଯାହା ତାଙ୍କର ନିଜର ଶ୍ରେଷ୍ଠ ଟାଇମିଂ ଠାରୁ ଅଧିକ ଥିଲା । ୨୦୦ ମିଟରରେ ଦୂତୀଙ୍କ ଶ୍ରେଷ୍ଠ ଟାଇମିଂ ୨୩.୦୦ ସେକେଣ୍ଡ ରହିଛି । ପୂର୍ବରୁ ୨୦୧୮ରେ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ସ ଗେମ୍ସରେ ସେ ଏହି ରେକର୍ଡ ହାସଲ କରିଥିଲେ ।

ଆଜି ୨୦୦ ମିଟରରେ ହିଟ୍-୪ରେ ଦୂତୀଙ୍କ ସହିତ ଆମେରିକାର ଗାବ୍ରିଏଲ୍ ଥୋମାସ୍, ନାମିବିଆର କ୍ରିଷ୍ଟାଇନ୍ ବୋମା, ବ୍ରାଜିଲର ଭିକ୍ଟୋରିଆ କ୍ରିଷ୍ଟିନା ରୋସା, ନାଇଜେରିଆର ଆମିନାଟୁ ସେୟନୀ ଓ ଜର୍ମାନୀର ଜେ.ବି ୱେସୋଲୀ, ଜାମ୍ବିଆର ରୋଡା ଜୋଭବୁ ଦୌଡ଼ିଥିଲେ ।

ସେମାନଙ୍କ ମଧ୍ୟରୁ କ୍ରିଷ୍ଟାଇନ୍ ବୋମା ୨୨.୧୧ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତ୍ୱକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକାର ଗାବ୍ରିଏଲ୍ ଥୋମାସ୍ ୨୨.୨୦ ସେକେଣ୍ଡ ସହ ଦ୍ୱିତୀୟ ଓ ଆମିନାଟୁ ସେୟନୀ ୨୨.୭୨ ସେକେଣ୍ଡ ସହ ତୃତୀୟ ସ୍ଥାନରେ ରହିଥିଲେ । ଏହି ତିନି ଜଣ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଦେଶର ଏକମାତ୍ର ଆଥ୍ଲେଟ୍ ଭାବେ ଦୂତି ଟୋକିଓ ଅଲିମ୍ପିକ୍ସରେ ଦୁଇଟି ଇଭେଣ୍ଟ (ଶହେ ଓ ୨ଶହ ମିଟର ଦୌଡ଼)ରେ ଭାଗ ନେଇଥିଲେ । ଟୋକିଓ ଅଲିମ୍ପିକ୍ସକୁ ତାଙ୍କୁ ୱାର୍ଲ୍ଡ ରାଙ୍କିଙ୍ଗ୍ କୋଟାରେ ଟିକେଟ୍ ମିଳିଥିଲା ।

ଏହି ଅଲିମ୍ପିକ୍ସରେ ସେ ପ୍ରଥମ ଥର ପାଇଁ ୨୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ । ପୂର୍ବରୁ ସେ ୨୦୧୬ରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ ।

Popular Articles