Friday, March 29, 2024

Top 5 This Week

Related Posts

ସେମିରେ ମହିଳା ହକି ଦଳ : ସତ ହେଲା ଭଳି ଲାଗୁଚି ଚକ୍ ଦେ ଇଣ୍ଡିଆର କାହାଣୀ

ରିପୋର୍ଟ : ସୁଭାସିସ ନାୟକ
ଟୋକିଓ/ଭୁବନେଶ୍ୱର,(୨୦/୦୮) : ସେମିରେ ମହିଳା ହକି ଦଳ | ଆଶା ଥିଲା । କିନ୍ତୁ ବିଶ୍ୱାସ କରିବା ସହଜ ନୁହେଁ । ମହିଳା ହକି ଇତିହାସରେ ପ୍ରଥମ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ ।

ଟୋକିଓ ଅଲିମ୍ପିକ୍ସରେ ସୋମବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ହରାଇ ସେମିରେ ପହଞ୍ଚି ଇତିହାସ ରଚିଛି ଟିମ୍ ଇଣ୍ଡିଆ । ଏପର୍ଯ୍ୟନ୍ତ ଭାରତୀୟ ଦଳର ଅଭିଯାନ ଦେଖିଲେ ବଲିଉଡ୍ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ କଥା ମନେ ପଡୁଛି ।

ଲିଗ ପର୍ଯ୍ୟାୟରେ କେବଳ ଗୋଟିଏ ଗୋଲ ବରଣ କରିଥିଲା ଅଷ୍ଟ୍ରେଲିଆ । ଆଉ ଅଷ୍ଟ୍ରେଲିଆ ଆଗରେ କୋଣସି ଦଳ ପେନାଲ୍ଟି କର୍ନରକୁ କନଭର୍ଟ କରିପାରି ନ ଥିଲେ । କିନ୍ତୁ ଦ୍ଵିତୀୟ କ୍ୱାର୍ଟରରେ ଭାରତୀୟ ଦଳ ଭିନ୍ନ କରି ଦେଖାଇ ଥିଲେ ।

ଆରମ୍ଭରୁ ସ୍ବାଭାବିକ ଖେଳ ଛାଡ଼ି ଆଟାକ କରିଥିଲା ଟିମ୍ ଇଣ୍ଡିଆ । ବାରମ୍ବାର ଅଷ୍ଟ୍ରେଲିଆର ଡିଫେନ୍ସକୁ ଭେଦ କରି ଦେଖାଇଥିଲା । ଦ୍ଵିତୀୟ କ୍ୱାର୍ଟରରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ନର । ଯାହାକୁ ଗୋଲରେ ପରିଣତ କରିଥିଲେ ଗୁରଜିତ୍ କୌର । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆକୁ ମିଳିଥିଲା ୭ଟି ପେନାଲ୍ଟି କର୍ନର । କିନ୍ତୁ ଭାରତୀୟ ଡିଫେନ୍ସ ଭାଗ ଅତୁଟ ଥିଲା ।

Popular Articles