ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରକୁ ଆସିଥିଲା କୋକେନ୍ : ନିଶା ମାଫିଆଙ୍କ ଉପରେ ଏସଟିଏଫର ନଜର

0
384
ହକି ବିଶ୍ୱକପ୍ ପାଇଁ

ରିପୋର୍ଟ : ସୁବାସିସ ନାୟକ
ଭୁବନେଶ୍ୱର, (୧୯/୦୪) : ରାଜଧାନୀରୁ କୋକେନ୍ ମିଳିବା ଘଟଣାରେ ବଡ ଖୁଲାସା । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରକୁ ଆସିଥିଲା କୋକେନ୍ ।

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରକୁ କୋକେନ୍ ଆସିଥିଲା ବୋଲି ଏସଟିଏଫକୁ ସୂଚନା ମିଳିଛି । ସୂଚନା ଦେଇ ଏସଟିଏଫ କହିଛି, ଦିଲ୍ଲୀର ତୁର୍କମାନ ଗେଟରୁ କୋକେନ୍ ର ମୁଖିଆ ଅପରେସନ କରୁଥିଲା । ଆସନ୍ତା ବର୍ଷ ହକି ବିଶ୍ୱକପ ଆୟୋଜନ ହେବ । ହକି ବିଶ୍ୱକପ ର ଦର୍ଶକଙ୍କୁ ଟାର୍ଗେଟ୍ କରି କୋକେନକୁ ଭୁବନେଶ୍ୱର ବଜାରକୁ ଛାଡିଥିଲା କିଙ୍ଗପିନ୍ । କୋକେନ୍ ଏକ ବିଦେଶୀ ନିଶା ।

ବିଶ୍ୱକପ ସମୟରେ ଅନେକ ବିଦେଶୀ, ବଡ ବଡିଆ ରାଜଧାନୀକୁ ଆସିବେ । ସେମାନଙ୍କୁ ଟାର୍ଗେଟ କରି କୋକେନ୍  କୁ ଭୁବନେଶ୍ୱର ବଜାରରେ ପ୍ରବେଶ କରାଇଥିଲେ ବେପାରୀ । ଦୁଇ ଅଭିଯୁକ୍ତଙ୍କ ପାଖରୁ ଦକ୍ଷିଣ ଆଫ୍ରିକାର କରେନ୍ସି ମିଳିଥିବାରୁ ଏହି କୋକେନ୍ କାରବାର ପଛରେ ଦକ୍ଷିଣ ଆଫ୍ରିକାର ଲିଙ୍କ ଥିବା ଏସଟିଏଫ ସନ୍ଦେହ କରୁଛି ।