Friday, March 29, 2024

Top 5 This Week

Related Posts

ସମାଜ ରୁ କୁସଂସ୍କାର ବିଲୋପ ଓ ଶୃଙ୍ଖଳିତ ଜୀବନଯାପନ ମୂଳ ଲକ୍ଷ୍ୟ : କଳାହାଣ୍ଡି ମେହେର ସମାଜ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୦/୦୪) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ପଳାସ ଗ୍ରାମରେ କଲାହାଣ୍ଡି ଜିଲ୍ଲା ମେହେର (ଭୁଲିଆ) ସମାଜ ର ଏକ ମହା ସଭା ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l

ଏହି ମହାସଭା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶ୍ରୀବତ୍ସ ମେହେର ରହିଥିଲେ l ଏଥିରେ ସମାଜ ର ଉଦ୍ଦେଶ୍ୟ ଶୃଙ୍ଖଳିତ ଜୀବନ ଯାପନ ଓ କୁସଂସ୍କାର ଦୂରୀଭୂତ ପାଇଁ ସମାଜ ର ପ୍ରତ୍ୟେକ ସଦସ୍ୟ ଯତ୍ନବାନ ହେବାକୁ ଆହ୍ୱାନ କରାଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା l

ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ଦିଲୀପ କୁମାର ମେହେର, ଉପସଭାପତି ସନ୍ତୋଷ କୁମାର ମେହେର, ଗଙ୍ଗାଧର ମେହେର, ଶ୍ରୀବତ୍ସ ମେହେର ରାଜ୍ୟ କମିଟି ସଦସ୍ୟ, ସମ୍ପାଦକ ଭାବେ ବିଦ୍ୟାଧର ମେହେର ଓ ସହ ସମ୍ପାଦକ ଶାନ୍ତନୁ ମେହେର, କୋଷାଧ୍ୟକ୍ଷ ଭାବେ ଗୋପୀନାଥ ମେହେର ପ୍ରମୁଖ ରହିଛନ୍ତି l ସେହିପରି ବିଭୁତି ଭୂଷଣ ମେହେର ଓ କବିରାଜ ମେହେର ନିର୍ବାଚନ ଦାୟିତ୍ୱ ତୁଲାଇ ଥିଲେ l

ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଧୀରଜ କୁମାର ମେହେର ଓ ସୁଜିତ କୁମାର ମେହେର ଙ୍କୁ ସମ୍ମାନିତ କରାଯାଇଥିଲା l ଶ୍ରୀବତ୍ସ ମେହେର ଓ ଶାନ୍ତନୁ ମେହେର ମଞ୍ଚ ପରିଚାଳନା କରିଥିଲେ l ସେହିପରି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋଜ ମେହେର ପ୍ରମୁଖ ସକ୍ରିୟ ସଦସ୍ୟ ରହିଛନ୍ତି l ଏହି ମହା ସଭା ରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ଶତାଧିକ ମେହେର ସମାଜ ସଦସ୍ୟ ଯୋଗ ଦେଇଥିଲେ l

Popular Articles