ଅଗଷ୍ଟ ମାସ ସୁଦ୍ଧା ଆରମ୍ଭ ହେବ କରୋନା ତୃତୀୟ ଲହର : ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ

0
183

ରିପୋର୍ଟ : ସୁଭାସିସ ନାୟକ
ନୂଆଦିଲ୍ଲୀ,(୦୩/୦୮) : ଚଳିତ ଅଗଷ୍ଟ ମାସ ରେ କୋଭିଡର ତୃତୀୟ ଲହର ଆରମ୍ଭ ହେବ । ଅକ୍ଟୋବରରେ ସଂକ୍ରମଣ ହାର ସବୁଠୁ ଅଧିକ ହେବ । ଏହି ସମୟରେ ପ୍ରତିଦିନ ସଂକ୍ରମିତ ସଂଖ୍ୟା ୧ଲକ୍ଷ ପାଖାପାଖି ହେବାର ଆଶଙ୍କା ରହିଥିବା ବେଳେ ସର୍ବାଧିକ ୧ ଲକ୍ଷ ୫୦ ହଜାର ହୋଇପାରେ । ଏନେଇ ରିପୋର୍ଟ ଜାରି କରିଛନ୍ତି ଆଇଆଇଟି ହାଇଦ୍ରାବାଦର ପ୍ରଫେସର ମଥୁକୁମାଲି ବିଦ୍ୟାସାଗର ଏବଂ ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ ।

କୋଭିଡ ଟାସ୍କ ଫୋର୍ସ କମିଟିର ସଦସ୍ୟ ଥିବା ପ୍ରଫେସର ମନିନ୍ଦ୍ର ଅଗ୍ରୱାଲ କେନ୍ଦ୍ର କହିଛନ୍ତି, ଅଗଷ୍ଟ ମାସ ସୁଦ୍ଧା ଆରମ୍ଭ ହେବ କରୋନା ତୃତୀୟ ଲହର ଓ ଅକ୍ଟୋବର-ନଭେମ୍ୱରରେ ପିକରେ ପହଞ୍ଚିବ । ହେଲେ ତୃତୀୟ ଲହର ବେଳେ ଯଦି କୋଭିଡ ଦ୍ୱିତୀୟ ଲହର ଭଳି ମାରାତ୍ମକ ହେବ ତାହେଲେ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯିବ । ବିଶେଷଜ୍ଞ କହିଛନ୍ତି କେରଳ ଏବଂ ମହାରାଷ୍ଟ୍ରରେ ଯେଉଁଭଳି ଭାବରେ କୋଭିଡ୍ ସଂକ୍ରମଣ ବୃଦ୍ଧି ହେଉଛି ତାହା ତୃତୀୟ ଲହରର ଆରମ୍ଭ ବୋଲି ଇଙ୍ଗିତ ଦେଉଛି ।

ଏବେ ଦେଶରେ ଯେଉଁ ୧୦ଟି ରାଜ୍ୟରେ ଏବେ କରୋନା ସଂକ୍ରମଣ ସ୍ଥିତି ଅଧିକ ରହିଛି ତାହାର ସମୀକ୍ଷା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ହୋଇଥିଲା । ସେହି ରାଜ୍ୟଗୁଡିକ ହେଲା ଓଡିଶା, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର । ଏସବୁ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଏବଂ ସ୍ଥିତିକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଥିଲେ ।

ଏସବୁ ରାଜ୍ୟରେ ୮୦ଭାଗରୁ ଅଧିକ ସଂକ୍ରମିତଙ୍କୁ ନିଜ ଘରେ ଏକାନ୍ତ ବାସରେ ରଖାଯାଇଥିବା ଜଣାପଡିଛି । ଯେଉଁମାନେ ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି ସେମାନଙ୍କର ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଅଧିକ ସତର୍କ ଦୃଷ୍ଟି ଦେବାକୁ ହେବ ବୋଲି ସରକାର କହିଥିଲେ ।

ଏହା ବ୍ୟତୀତ ୬୦+ ଏବଂ ୪୫ରୁ ୬୦ବର୍ଷ ବୟସ ବର୍ଗର ଲୋକେ କରୋନାରେ ଅଧିକ ୮୦% ମରୁଥିବାରୁ ଏହି ବର୍ଗର ଲୋକଙ୍କ ଟିକାଦାନ ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟମାନଙ୍କୁ କୁହାଯାଇଛି ।