Thursday, March 28, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ଯାଳୟରେ କ୍ୟୁ- ମ୍ୟାନେଜମେଣ୍ଟ ସିଷ୍ଟମ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍ଘାଟିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୧/୪) : ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ଯାଳୟରେ ଜନସାଧାରଣଙ୍କୁ ସମୟୋଚିତ ଏବଂ ତ୍ଵରିତ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଙ୍କ ଦ୍ୱାରା କମ୍ପୁଟର୍ ପରିଚାଳିତ କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମର ଶୁଭ ଉଦ୍ଘାଟନ ହୋଇଯାଇଛି lb9247a27 fa48 4088 ba0f 19cdf1c58b27 ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ଯାଳୟରେ କ୍ୟୁ- ମ୍ୟାନେଜମେଣ୍ଟ ସିଷ୍ଟମ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍ଘାଟିତ

ଓଡ଼ିଆ ସରକାରଙ୍କ 5ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ସ୍କିମ ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲା ପରିବହନ କାର୍ଯ୍ଯାଳୟକୁ ବିଭିନ୍ନ କାମ ପାଇଁ ଆସୁଥିବା ଜନସାଧାରଣଙ୍କ ଭିଡ ହେବନାହିଁ ଏବଂ ସେମାନେ କୌଣସି ଦଲାଲ୍ ବା ତୃତୀୟ ବ୍ୟକ୍ତି ର ବିନା ସହାୟତାରେ କମ୍ପୁଟର ମାଧ୍ୟମରେ ସ୍ଵୟଂ ସହଯୋଗୀ ସେବା ପାଇ ପାରିବେ | ଆର୍ ଟିଓ ରବିନ୍ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ପାଇବା ପାଇଁ ପରୀକ୍ଷାର୍ଥୀ ଙ୍କୁ ଯେଉଁ ଦିନ ଓ ସମୟ ମିଳିଥିବ ତାର ୪୫ ମିନିଟ୍ ଆଗରୁ ପରିବହନ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର କ୍ୟୁ ଆର୍ କୋଡ଼ କୁ କମ୍ପୁଟର ଦ୍ୱାରା ସ୍କାନ୍ କରି ଟୋକନ ପାଇ ପାରିବେ l ତାପରେ ପ୍ରତିକ୍ଷା ହଲ୍ ରେ କମ୍ପୁଟର ପରଦା ମାଧ୍ୟମରେ ତାଙ୍କର ପରୀକ୍ଷା ସମୟ ଏବଂ କ୍ରମିକ ନମ୍ବର ଜଣାଇ ଦିଆଯିବ l

ପ୍ରତିକ୍ଷା ସମୟର ସଠିକ ଉପଯୋଗ ପାଇଁ ତାଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପର୍ଦାରେ ଜଣାଇ ଦିଆଯିବ ଏବଂ ତାଙ୍କର ପରୀକ୍ଷା ସମୟ ଆସିଲେ ସେ କମ୍ପୁଟର ମାଧ୍ୟମରେ ଲର୍ଣ୍ଣିଙ୍ଗ ଲାଇସେନ୍ସ ପରୀକ୍ଷା ଦେଇ ଅଳ୍ପ ସମୟ ମଧ୍ୟରେ ଚାଲି ଯାଇପାରିବେ l ସେହିପରି ବାହନ ପୋର୍ଟାଲ ରେ କମ୍ପୁଟର ମାଧ୍ୟମରେ ଇ ଚାଲାନ , ଗାଡି ରେଜିଷ୍ଟ୍ରେସନ୍, ଡୁପ୍ଲିକେଟ ଆର୍ ସି, ଫିଟନେସ ସାର୍ଟିଫିକେଟ, ଟ୍ରାନ୍ସଫର୍ ଅଫ ଓନରଶିପ, ପର୍ମିଟ ପ୍ରଦାନ, ହାଇପୋଥିକେଶନ ଇତ୍ୟାଦି ୫୧ ପ୍ରକାର ସେବା ପାଇଁ ନିଜର ଟୋକନ ବାହାର କରି ପାରିବେ l

କମ୍ ସମୟ ପ୍ରତିକ୍ଷାରେ ନିର୍ଦ୍ଦେଶିତ କକ୍ଷ କୁ ଯାଇ ଶୀଘ୍ର ନିଜ କାମ କରି ପାରିବେ l ସମଗ୍ର ଓଡ଼ିଶାରେ ପାଇଲଟ ପ୍ରୋଜେକ୍ଟ ହିସାବରେ ସୁବର୍ଣ୍ଣପୁର ରେ କମ୍ ସମୟ ରେ ଏହି କ୍ୟୁ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ୟକାରୀ ହୋଇପାରି ଥିବାରୁ ଜିଲ୍ଲପାଳ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଜିଲ୍ଲା ବାସୀଙ୍କୁ ଏହାର ସୁବିଧା ନେବାପାଇଁ ଅନୁରୋଧ କରିଥିଲେ l ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଆର୍ ଟିଓ ରବିନ୍ ପଟ୍ଟନାୟକ,ଏ ଆର୍ ଟିଓ ସୁବାସିଶ ସାହୁ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଜିଲ୍ଲା ପରିବହନ କାର୍ଯ୍ଯାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles