ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଵ୍ୟାଙ୍କ ତରଫରୁ ୧୩ ଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ

0
326

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,ତା.(୦୧/୦୮) : କୋଭିଡ ମହାମାରୀରେ କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଆଜି ଆଇସିଆଇସିଆଇ ଫାଉଣ୍ଡେସନ ତରଫରୁ ରାୟଗଡା ଵ୍ୟାଙ୍କର ଶାଖା ପରିଚାଳକଙ୍କ ଦ୍ୱାରା ୧୩ ଗୋଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ କରାଯାଇଛି l

ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ରାୟଗଡା ଆରୋକ୍ଷୀ ଅଧିକ୍ଷକ ଶ୍ରୀ ବିଵେକା ନନ୍ଦ ଶର୍ମା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ଉପସ୍ଥିତିରେ, ରାୟଗଡ ଆଇସିଆଇସିଆଇ ଶାଖା ପ୍ରବନ୍ଧକ ଶ୍ରୀ ମନୋଜ କୁମାର ବେହେରାଙ୍କ ପ୍ରଦାନ କରିଥିଲେ l ଜିଲ୍ଲାର ସ୍ୱାସ୍ଥ୍ୟସେବା ନିମନ୍ତେ ଵ୍ୟାଙ୍କ କର୍ତ୍ତୃପକ୍ଷକଙ୍କ ଏହି ଅବଦାନ ପ୍ରସଂଶନୀୟ l

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ରାଜେଶ କୁମାର ପଟ୍ଟନାୟକ,ଅନ୍ୟlନ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଆଇ.ସି.ଆଇ.ସି.ଆଇ. ବ୍ୟାଙ୍କର ସହକାରୀ ପ୍ରବନ୍ଧକ ଶ୍ରୀ ହିମାଂଶୁ ଭୂଷଣ ଦାଶ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l