ବୈପାରୀଗୁଡା ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

0
531

ରିପୋର୍ଟ : ଏନ.ସନ୍ତୋଷ କୁମାର
କୋରାପୁଟ,ବୈପାରୀଗୁଡା,(୦୩/୦୮) : ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ l ଏହିପରି ଅଭାବନୀୟ ଘଟଣାଟି ବୈପାରୀଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତ ସୁକୁଆପଦର ଗ୍ରାମରେ ଘଟିଛି lWhatsApp Image 2021 08 03 at 10.27.33 AM ବୈପାରୀଗୁଡା ଅଞ୍ଚଳରେ ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ସୂଚନାଯୋଗ୍ୟ ଯେ, ବୈପାରୀଗୁଡା ଅନ୍ତର୍ଗତ ସୁକୁଆପଦର ଗ୍ରାମର ସଦନ ମାଝୀଙ୍କ ତିରିଶି ବର୍ଷୀୟ ପୁଅ ହରିଚଦ୍ର ମାଝୀ ଗତ କାଲି ଅପରାହ୍ନରେ ନିଜ ଜମିରେ ଚାଷ କାର୍ଯ୍ୟ କରୁଥିଲେ l ଜମିରେ ନିଜେ ସେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରାକ୍ଟର ଯାହାଫଳରେ ଚାଳକ ତଥା ହରିଶନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା ହେଲେ ସେଠାରେ ଗତ କାଲି ରାତିରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l

ଆଜି ସକାଳେ ସ୍ଥାନୀୟ ମେଡିକାଲ ଇନଚାର୍ଜ ଡାକ୍ତର ଅଧିରାଜ ସାହୁ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମର ଶରୀର ହସ୍ତାନ୍ତର କରିଥିବା ବେଳେ ଥାନା କେସ ନମ୍ବର ୧୧୯ ଅନୁଯାୟୀ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି l