ଖତ ଖାଇବାକୁ ବସିଲାଣି ସର୍ବ ସାଧାରଣ ଶୌଚାଳୟ

0
181
ଖତ ଖାଇବାକୁ ବସିଲାଣି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୪/୦୪) : ଖତ ଖାଇବାକୁ ବସିଲାଣି ସ୍ୱଚ୍ଛ ଅଭିଯାନରେ ବନାଯାଇଥିବା ଶୌଚାଳୟ l ରାୟଗଡା ସ୍ଥିତ ଜିସିଡ଼ି ଖେଳ ପଡିଆରେ ସର୍ବସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ୨୦୨୦ ରେ ରାୟଗଡା ମୁନିସିପାଲିଟି ତରଫରୁ ଶୌଚାଳୟ ବନାଯାଇଥିଲା l ଖେଳ କସରତ ପାଇଁ ଆସୁଥିବା ସର୍ବସାଧାରଣ ଏଥିପାଇଁ ଉପକୃତ ହେଉଥିଲେ l କିନ୍ତୁ ବିଡମ୍ବନା ଏହା କି, ଉପଯୁକ୍ତ ରକ୍ଷଣବେକ୍ଷଣ ଅଭାବରୁ ଶୌଚାଳୟଟି ଅର୍ଦ୍ଧଭଗ୍ନ ଅବସ୍ଥାରେ ପହଞ୍ଚିଲାଣି l85058185 58be 4704 b64c bef0617778a6 ଖତ ଖାଇବାକୁ ବସିଲାଣି ସର୍ବ ସାଧାରଣ ଶୌଚାଳୟ

ବ୍ୟବହୃତ ପାଣି ପାଇପ ଗୁଡିକ ୨/୩ ମାସ ହେଲାଣି ଫାଟି ଅନବରତ ପାଣି ବୋହିଚାଲିଛି l ପାଣିର ବିକଟ ପରିସ୍ଥିତିରେ ଏହିପରି ପାଣିର ଅପଚୟ କେତେଦୂର ଯୁକ୍ତିଯୁକ୍ତ l ପୁଣି ଆଗକୁ ଖରାଦିନ ଆସୁଛି, ଯେଉଁଠି ପାଣିର ସଂରକ୍ଷଣ ବହୁତ ଜରୁରୀ l ଶୌଚାଳୟ ର କବାଟ ଗୁଡିକ ମଧ୍ୟ ଜରାଜୀର୍ଣ୍ଣ ହୋଇପଡି ଭାଙ୍ଗିଲା ଅବସ୍ଥାରେ ପହଞ୍ଚିଲାଣି l ଖତ ଖାଇବାକୁ ବସିଲାଣି l

ପ୍ରଥମାବସ୍ଥାରେ ଏହାର ରକ୍ଷଣାବେକ୍ଷଣ ପାଇଁ ପୌର ପାଳିକା ତରଫରୁ ଜଣେ କର୍ମଚାରୀ ନିଯୁକ୍ତ ଥିଲେ କିନ୍ତୁ, ପରବର୍ତ୍ତୀ ସମୟରେ ସେଥିପ୍ରତି କାହାରି ନିଘାନାହିଁ l ଜନସାଧାରଣଙ୍କ ହିତାର୍ଥେ ଲକ୍ଷାଧିକ ଟଙ୍କା ବିନିଯୋଗ ରେ ନିର୍ମିତ ଶୌଚାଳୟ ର ଦୁରାବସ୍ଥା ଅତ୍ୟନ୍ତ ଦୁଃଖ ଦାୟକ l ପଡିଆକୁ ଖେଳ କସରତ ପାଇଁ ଆସୁଥିବା ଆବାଳ ବୃଦ୍ଧ ବନିତା ଏହି ଶୌଚାଳୟ ଯୋଗୁଁ ଉପକୃତ ହେଉଥିବା ସ୍ଥଳେ ତାହା ଆଜି ଧ୍ୱଂସାଭିମୂଖେ l

ପଡିଆ ଠାରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଗାନ୍ଧୀପାର୍କର ରକ୍ଷଣବେକ୍ଷଣ ସୁଚାରୁରୂପେ ହେଉଥିବା ବେଳେ ଏହି ଶୌଚାଳୟ କୁ କାହିଁକି ଅଣଦେଖା କରାଯାଉଛି ବୋଲି ପଡିଆକୁ ଆସୁଥିବା ସାଧାରଣ ଜନତାଙ୍କ ମଧ୍ୟରେ ପ୍ରଶ୍ନବାଚୀ ଦେଖା ଯାଇଛି l ଏଥିନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଇଲେ ସୁଦ୍ଧା କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହି l ତେଣୁ ସାଧାରଣ ଜନତାଙ୍କ ତରଫରୁ ପୌର ପାଳିକାକୁ ନିବେଦନ ଯଥାଶିଘ୍ର ଏହାର ମରାମତି କରାଯାଇ ଜଳସମ୍ପଦ ସଂରକ୍ଷଣ କରାଯାଉ l