ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପଇତା ଲାଗି ନୀତି

0
150
ଆଜି ଶ୍ରୀମନ୍ଦିରରେ

ରିପୋର୍ଟ : ସୁଭାସିସ ନାୟକ
ପୁରୀ, (୨୫/୦୪) : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏହି ନୀତି ଦ୍ଵିପ୍ରହର ଧୂପ ପରେ ଦଇତାପତି ସେବାୟତ ମାନେ କରିବେ । ଏହି ଗୁପ୍ତ ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପାଟରା ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପଇତା ଲାଗି କରାଯାଇଥାଏ ।

ଆଗକୁ ଚନ୍ଦନ ଯାତ୍ରା ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନ ଲାଗି କରାଯିବ । ଏଣୁ ଏହା ପୂର୍ବରୁ ପଇତା ଲାଗି କରାଯିବାର ପରମ୍ପରା ରହିଛି । ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ପଇତା ଲାଗି ନୀତି । ବର୍ଷକୁ ଦୁଇଥର ମହାପ୍ରଭୁଙ୍କ ପଇତା ଲାଗି ହୋଇଥାଏ । ଗୋଟିଏ ଓଢଣ ଷଷ୍ଠୀ ପୂର୍ବରୁ ଓ ଅନ୍ୟଟି ଚନ୍ଦନ ଯାତ୍ରା ପୂର୍ବରୁ ହେବାର ପରମ୍ପରା ରହିଛି ।

ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ଅପରାହ୍ନ ୪ ଟାରୁ ରାତ୍ର ୮ ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।