Friday, March 29, 2024

Top 5 This Week

Related Posts

ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ନରୋତ୍ତମ ପାଢ଼ୀ //
ରାମନାଗୁଡା, (୨୫/୪) : ରାୟଗଡା ଜିଲ୍ଲା ରାମନାଗୁଡା ରେ ସ୍ଥାପିତ ହୋଇଥିବା ସ୍ଥାନୀୟ ସଦର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ସୋମବାର ଦିନ ଅନୁଷ୍ଠାନର ସଭାପତି ରବି ସାହୁକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ସରସ୍ୱତୀ ଶିଶୁ ମନ୍ଦିର ରେ ଶିକ୍ଷା ଅଧ୍ୟୟନ କରୁଥିବା ଛାତ୍ର ଓ ଛାତ୍ରୀ ମାନଙ୍କର ମାଆ ମାନଙ୍କୁ ନେଇ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |ba3a40f2 4bb4 45f8 bf21 35bf56d013df ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ଅଢେ଼ଇ ବର୍ଷ ରୁ ଅଧିକ ଦିନ ଧରି ମହାମାରୀ କରନା ଯୋଗୁଁ ଉତ୍ତମ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ ଏହି ପିଲାମାନେ | ବହୁତ ଦିନ ଧରି ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଥିଲା | ପରବର୍ତ୍ତୀ ସମୟରେ କରନାର ପ୍ରକୋପ ହ୍ରାସ ପାଇଥିଲା | କିନ୍ତୁ ଶିଶୁ ମନ୍ଦିରରେ ଛାତ୍ର ଛାତ୍ରୀ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହୋଇ ଆଉ ବିଦ୍ୟାଳୟକୁ ଯିବା ପାଇଁ ଆଉ ଇଚ୍ଛା ପ୍ରକାଶ କରୁ ନ ଥିବାରୁ ପୁଣି ଥରେ ସ୍ୱାଭାବିକ ଭାବରେ ଶିକ୍ଷା ପ୍ରଦାନ କରିବା ପାଇଁ ଶିଶୁ ମାନଙ୍କର ମାଆ ମାନଙ୍କୁ ନେଇ ଶିଶୁ ମନ୍ଦିର ପରିସରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |

ମୁଖ୍ୟତଃ ଶିଶୁ ମାନଙ୍କର ଶିକ୍ଷା ଗ୍ରହଣ କରିବା ଦିଗରେ ମାଆ ମାନଙ୍କର ଅବଦାନ ଅଧିକ ରହିଥାଏ ସେଥିପାଇଁ ଆଜି ମାତୃ ସମ୍ମିଳନୀ ର ଆୟୋଜନ କରାଯାଇଥିଲା ବୋଲି ଅନୁଷ୍ଠାନ ର ସମ୍ପାଦକ ଅଜିତ ପାତ୍ର କହିଛନ୍ତି | ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ନିର୍ମଳ ଚନ୍ଦ୍ର ପଣ୍ଡା, ଅଭିବାବକ, ଶିଶୁ ମନ୍ଦିରର ଗୁରୁମା ଓ ଗୁରୁଜୀଙ୍କ ସମେତ ବୁଦ୍ଧିଜୀବୀ ଏବଂ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମଚାରୀ ମାନେ ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସହଯୋଗ କରିଥିଲେ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles