୨୪ ଘଣ୍ଟାରେ ଦେଶରୁ ୨୪୮୩ ନୂଆ ସଂକ୍ରମିତ ଚିହ୍ନଟ : ୧୩୯୯ ମୃତ୍ୟୁର ହିସାବ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

0
198
୨୪ ଘଣ୍ଟାରେ ଦେଶରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୪) : ୨୪ ଘଣ୍ଟାରେ ଦେଶରୁ ଲଗାତାର ୨ ହଜାର ଉପରେ ରହୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୪୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ୨୪ ଘଣ୍ଟାରେ ଦେଶରୁ କରୋନାରେ ଆକ୍ରାନ୍ତ ହୋଇ ୩୦ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୁଚନା ମିଳିଛି । ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ୫୫୨ ରହିଛି । ସେହିପରି ଆରୋଗ୍ୟ ହାର ୯୮ ଦଶମିକ ୭୫ ପରସେଣ୍ଟ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ସେପେଟେ ଅନେକ ଦିନର ବ୍ୟବଧାନ ପରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ କୋଭିଡ କଟକଣାକୁ କଡାକଡି କରିବା ପରେ ଏବେ କଣ୍ଣାଟକ ରେ ମଧ୍ୟ କଟକଣା କଡାକଡି ହୋଇଛି ।

କର୍ଣ୍ଣାଟକ ସରକାର ମଧ୍ୟ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ବାଧ୍ୟତା ମୁଳକ କରିଛନ୍ତି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ସେପଟେ ବଢୁଥିବା ସଂକ୍ରମଣ ପୁଣି କେନ୍ଦ୍ର ସରକାରଙ୍କ ଚିନ୍ତା ବଢାଇଛି ।