କଳାହାଣ୍ଡି ଜିଲ୍ଲାରେ ପିଆଜ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ପିଆଜ ଚାଷୀ

0
159
କଳାହାଣ୍ଡି ଜିଲ୍ଲାରେ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୬/୦୪) : କଳାହାଣ୍ଡି ଜିଲ୍ଲାରେ ବର୍ତ୍ତମାନ ରବି ଜାତୀୟ ଫସଲ ରେ ଯେ ଭଳି ଭାବରେ ବିପିଏଚ୍ ଓ ଗଣ୍ଠି ପୋକ ପରି ଅନେକ ରୋଗ ପୋକରେ ଫସଲ ନଷ୍ଟ ହୋଇଥିବା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ପିଆଜ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ଏବେ ପିଆଜ ଚାଷୀ ।WhatsApp Image 2022 04 27 at 11.01.20 AM କଳାହାଣ୍ଡି ଜିଲ୍ଲାରେ ପିଆଜ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ପିଆଜ ଚାଷୀ

କଳାହାଣ୍ଡି ଜିଲ୍ଲାରେ ପିଆଜ ର ଅଭାବୀ ବିକ୍ରି ସାଙ୍ଗକୁ ସଂରକ୍ଷଣ ର ଅଭାବ ହେତୁ ଶାଗମାଛ ଦରରେ ପିଆଜ କୁ ଦଲାଲ ଙ୍କ ହାତ କୁ ଟେକି ଦଉଛନ୍ତି ପିଆଜ ଚାଷୀ । ବର୍ତ୍ତମାନ ଓଡିଶାରେ ପିଆଜ ଚାଷ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହି ଜିଲ୍ଲା ର ଗୋଳାମୁଣ୍ଡା ବ୍ଲକ, ଧର୍ମଗଡ ବ୍ଲକ, ଜୁନାଗଡ ବ୍ଲକ ଓ କୋକସରା ବ୍ଲକ ର ପ୍ରାୟ ୭୦ ଭାଗ ଚାଷୀ, ପିଆଜ ଚାଷ ଉପରେ ନିର୍ଭର କରନ୍ତି ।

ଏବେ କିନ୍ତୁ ପିଆଜ ଉତ୍ପାଦନ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ରହିଥିବା ଏହି ଜିଲ୍ଲାରେ ବର୍ତ୍ତମାନ ପିଆଜ ସଂରକ୍ଷଣ ର କୌଣସି ବ୍ୟବସ୍ଥା ନଥିବା ହେତୁ ୫୦ କେଜି ଓଜନ ର ପିଆଜ ବସ୍ତା କୁ ୩୫୦ ରୁ ୪୦୦ ଟଙ୍କାରେ ଦଲାଲଙ୍କ ପାଖରେ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି ।

ବିଗତ ଦିନ ମାନଙ୍କରେ ପ୍ରାକୃତିକ ବିପର୍ଯୟ ତଥା ଦୈବୀ ଦୁର୍ବିପାକ ଓ କାଳ ବୈଶାଖୀ ପରି ଝଡ ବର୍ଷା ଯୋଗୁଁ କ୍ଷତି ସହି ଆସୁଥିବା ପିଆଜ ଚାଷୀ ଙ୍କ ଏବେ ଭଲ ଅମଳ ହୋଇଥିବା ଯୋଗୁଁ ଚଳିତ ବର୍ଷ ଠିକ ଦରରେ ପିଆଜ ବିକ୍ରି କରି ପରିବାର ପ୍ରତିପୋଷଣ ପାଇଁ ଆଶା ବାନ୍ଧି ରହିଥିବା ବେଳେ ଶୀତଳ ଭଣ୍ଡାର ଅଭାବ ହେତୁ ପୁଣି ଅଭାବୀ ବିକ୍ରି ର ଶିକାର ହୋଇଛନ୍ତି ଚାଷୀ ।WhatsApp Image 2022 04 27 at 11.01.19 AM 1 କଳାହାଣ୍ଡି ଜିଲ୍ଲାରେ ପିଆଜ ର ଅଭାବୀ ବିକ୍ରି କୁ ନେଇ ଚିନ୍ତାରେ ପିଆଜ ଚାଷୀ

ଅନ୍ୟପଟେ ଧର୍ମଗଡ ଉପଖଣ୍ଡ ସ୍ତରରେ ୨୫୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ବେଳେ ପ୍ରାୟ ୧୦ ହଜାର କୁଇଣ୍ଟାଲ ପିଆଜ ଅମଳ ହେବାର ଆଶା ରଖା ଯାଇଥିବା ସହିତ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ଧର୍ମଗଡ କୃଷି ଉଦ୍ୟାନ ଉପ ନିର୍ଦ୍ଦେଶକ ସମ୍ବିତ କାଲୋ ପ୍ରକାଶ କରିଛନ୍ତି । କିନ୍ତୁ ଜିଲ୍ଲାରେ ପିଆଜ ସଂରକ୍ଷଣ ପାଇଁ କୌଣସି ଶୀତଳ ଭଣ୍ଡାର ର ବ୍ୟବସ୍ତା ନ ଥିବା ହେତୁ ଚାଷି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।

ଜାତୀୟ ଉଦ୍ୟାନ ମିଶନ ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରି ପିଆଜ ଶୀତଳ ଭଣ୍ଡାର ତିଆରି କରୁଥିବା ସରକାର ଡିଡିମ୍ବ ପିଟୁଥିବା ବେଳେ ପ୍ରକୃତ ଚାଷୀ ଏହି ଯୋଜନାରୁ ଲାଭ ଉଠାଇ ପାରୁନାହାଁନ୍ତି । ପିଆଜ ଚାଷୀ ମାନଙ୍କୁ ସରକାରୀ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଉ ନଥିବା ଅଭିଯୋଗ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ସାଧାରଣ ରେ ଦାବି ହେଉଛି ।