ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୦୩/୦୮) : ବଲାଙ୍ଗୀର ଜିଲ୍ଲାର ହଟଯୋନ ର କେନ୍ଦ୍ରବିନ୍ଦୁ ପାଲଟିଥିବା ଟିଟିଲାଗଡ଼ ସବ୍ଡିଭିଜନରେ ଅନେକ ମାତ୍ରାରେ ଏଚଆଇଭି/ଏଡ୍ସ ଭୁତାଣୁ ସଂକ୍ରମିତଙ୍କୁ ସରକାରୀ ଅନୁଦାନ ପତ୍ର ସାଇ ଟିଆଇ ପ୍ରକଳ୍ପ କାର୍ଯ୍ୟକାରିତା ଦର୍ଶାଇବା ଅଭିଯୋଗ ହୋଇଛି । ଅଭିଯୋଗ ଆସିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ |
ଦୁଇ ଜଣ ଟିଟିଲାଗଡ଼ ସହରାଞ୍ଚଳର ନିୟମିତ ଏ,ଆର,ଟି ଔଷଧ ସେବନ କରୁଥିବା ଆକ୍ରାନ୍ତ ଚିକିତ୍ସା ଅଭାବରୁ ଘରେ ଦୁଇ ମାସ ରୁ ଉର୍ଦ୍ଧ୍ବ ପଡି ରହିଥିବା ନେଇ ବଲାଙ୍ଗୀର ଜିଲ୍ଲା ଡ଼ି ପିଏମ ତୁରନ୍ତ ସବିଶେଷ ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ପାଇଛି । ଏପରି କି ଅଭିଯୋଗ ଆସିଲେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ସହିତ ଉକ୍ତ ସାଇ ଟିଆଇ ପ୍ରକଳ୍ପର କେତେକ କର୍ମଚାରୀ ଉକ୍ତ ଆକ୍ରାନ୍ତଙ୍କ ଘରେ ଦୁଇ ମାସ ପଡିରହିଥିବା ସୂଚନା ଜିଲ୍ଲା ଡିପିଏମ ପାଇବା ମାତ୍ରେ ତାଙ୍କ ନିର୍ଦେଶକ୍ରମେ ପ୍ରଶାସନିକ ପଦକ୍ଷେପ ନିଆଯିବା ନେଇ ଜିଲ୍ଲା ଜନସେବା ସଙ୍ଘ ତଥା ଟିଟିଲାଗଡ଼ ଯୁବ ନାଗରିକ କମିଟି ସହ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।
ପ୍ରକାଶ ଯେ ଏହି ଦୁଇ ଜଣ ଆକ୍ରାନ୍ତ ଶଯ୍ୟାଶାୟୀ ହୋଇ ପଡି ରହିଯାଇଥିବା ସୂଚନା ଅଧିକାର ଆଇନ ଅନୁଯାୟୀ ପ୍ରାପ୍ତ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ସୁଦ୍ଧା ତାଙ୍କର କୌଣସି ପ୍ରକାର ସହାୟତା କରି ନ ଆସି ଦୀର୍ଘ ଦିନ ଧରି ଏମିତି ଅନେକ ଜାଲ କାର୍ଯ୍ୟକ୍ରମ ହୋଇଛି କି ସେ ନେଇ ସ୍ୱତନ୍ତ୍ର ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ରେଳ ଜନକ୍ସନ ଥିବା ଓ ଦାଦନ ଶ୍ରମିକ ପ୍ରବଣ ଅଞ୍ଚଳ କାରଣ ରୁ ରାଜ୍ୟ ର ଗଞ୍ଜାମ କୁ ଟପି ବଲାଙ୍ଗୀର ହଟଯୋନ ଘୋଷିତ ହେବା ଜାତୀୟ ତଥା ମୃତ୍ୟୁ ସଂଖ୍ୟା ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ର କାରଣ ପାଲଟିଥିବା ବେଳେ ଏକ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ କରାଯିବା ନିଷ୍ପତ୍ତି ନିଆଯାଇଥିଲା । ହେଲେ ଅନେକ ସରକାରୀ ଓ ବେସରକାରୀ ବିଭାଗ ଏ ନେଇ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟ କରିବାକୁ ନାରାଜ ହୋଇଥିଲେ ।
ପରେ ଜିଲ୍ଲାରେ ଏକ ଟିଆଇ ପ୍ରକଳ୍ପ ରାଜେନ୍ଦ୍ର ଯୁବକ ସଙ୍ଘ ରାଜି ହୋଇଥିଲା । ସ୍ୱଳ୍ପ ସମୟରେ ପରିସ୍ଥିତି ଜିଲ୍ଲା ଡିପିଏମ ରାଜେନ୍ଦ୍ର ମହାରଣା, ଟିଟିଲାଗଡ଼ ସବ୍ଡିଭିଜନ ମ୍ୟାଡିକାଲ ଅଫିସର ଡ଼ଃ କୃଷ୍ଣଚନ୍ଦ୍ର ପାଲ, ତତ୍କାଳୀନ ପରିସ୍ଥିତିକୁ ମାତ୍ର ପାଞ୍ଚ ବର୍ଷ ଭିତରେ ମୃତ୍ୟୁ ହାର ଓ ଆକ୍ରାନ୍ତଙ୍କୁ ବ୍ରହ୍ମପୁର ମ୍ୟାଡିକାଲ କଲେଜ ଡାକ୍ତରଖାନା ପ୍ରେରଣ ଓ ଏଆର ଟି ଔଷଧ ପ୍ରଦାନ ବ୍ୟବସ୍ଥା କରି ଅସଂଖ୍ୟ ଆକ୍ରାନ୍ତଙ୍କ ଜୀବନ ରକ୍ଷା ନେଇ ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଜାତୀୟ ସ୍ତରର ଏନଅରଏସ ତାଲିକା ଭୁକ୍ତ ହୋଇଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ସାଇ-ଟିଆଇ ପ୍ରକଳ୍ପ ନାମକ ଏକ ଅନୁଷ୍ଠାନ ଉକ୍ତ ଟିଆଇ ଦାଇତ୍ଵ ନେଇ ଦୁଇ ଗୁରୁତର ଏଡ୍ସ ଆକ୍ରାନ୍ତ ଦୁଇ ମାସ ପଡି ରହିଥିବା ଜାଣି ସାଇ କର୍ଯ୍ୟକର୍ତା ଚିକିତ୍ସା ସୁଯୋଗ ନ ପାଇବା ଖବର ପାଇ ତୁରନ୍ତ ତାଙ୍କୁ ଚିକିତ୍ସା ବ୍ୟବସ୍ଥା ନିର୍ଦ୍ଦେଶ ଦେଇଥିବା ବେଳେ ଉକ୍ତ କର୍ମଚାରୀ ଘରେ ପହଞ୍ଚିଯାଇଛନ୍ତି । ସେହିପରି ଅବହେଳା ନେଇ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ଉକ୍ତ ପ୍ରକଳ୍ପର ସବିଶେଷ ତଦନ୍ତ ତୁରନ୍ତ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।