୭୫ତମ ସ୍ୱାଧୀନତା ଦିବସ -୨୦୨୧ ପାଇଁ ପ୍ରାକ୍‍ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ

0
227

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ର।ୟଗଡ଼।,ତା.(୦୨/୦୮) : ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଆଜି ଏକ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧୀନତା ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ, ରାୟଗଡ଼ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ଅନୁଷ୍ଠିତ ହୋଇଥିଲା ।a0a6a267 e58b 4f28 a187 10b7cd849e54 ୭୫ତମ ସ୍ୱାଧୀନତା ଦିବସ -୨୦୨୧ ପାଇଁ ପ୍ରାକ୍‍ ପ୍ରସ୍ତୁତୀ ବୈଠକ ଅନୁଷ୍ଠିତ

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ପି.ଡି.ଡି.ଆର୍‍.ଡି.ଏ ମହେଶ୍ୱର ଚନ୍ଦ୍ର ନାଏକ, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟ, ସଦସ୍ୟା ମାନେ ଯୋଗାଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଚଳିତ ବର୍ଷ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ପୂର୍ବବର୍ଷ ଭଳି ସିମୀତ କାର୍ଯ୍ୟକ୍ରମରେ ବିଦ୍ଧି ମୁତାବକ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯିବ ତା. ୧୫.୦୮.୨୦୨୧ ରିଖ ଦିନ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତରଫରୁ ସହର ସାରା ରାମଧୂନ ପରିବେଶଣ କରାଯିବ । ସକାଳ ଘ. ୭.୩୦ ମି. ରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ କୋଭିଡ ନୀୟମ ମାନି ଜାତୀୟ ପତାକା ଉତ୍ତୋଳନ କରାଯିବ ।

ଏହାପରେ ପରେ ସହରରେ ଅବସ୍ଥାପିତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରାଯିବ l ସକାଳ ଘ. ୯.୧୫ ସମୟରେ ସ୍ଥାନୀୟ ଜି.ସି.ଡି ପଡିଆ ଠାରେ ମୂଖ୍ୟ ଅତିଥିଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ, ଅଭିବାଦନ ଏବଂ ଉଦ୍‍ବୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ପୌର ପରିଷଦ, ରାୟଗଡ଼ ତରଫରୁ ସହର ପରିଷ୍କାର ପରିଛିନ୍ନ ଓ ପଡିଆରେ ଅନୁସାଙ୍ଗିକ ବ୍ୟବସ୍ଥା କରିବେ । ନିର୍ବାହୀ ଅଧିକାରୀ ରାସ୍ତା ଏବଂ କୋଠାବାଡି ପଡିଆ ଚାରିପଟେ ବେରିକେଡିଙ୍ଗ, ମଣ୍ଡପ ସାଜ୍ଜସଜା ଏବଂ ପଡିଆ ମରାମତି କରିବେ ।

ସେହି ପରି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଭୋର୍‍ଚୁଆଲ୍‍ ମୋଡ୍‍ ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ଆସନ୍ତା ତା.୧୫.୦୮.୨୦୨୧ ରିଖ ଦିନ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରଷ୍କୃତ କରାଯିବ । ବିଭିନ୍ନ ଅନୁଷ୍ଠାନକୁ ଯଥା- ଡାକ୍ତରଖାନା ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଫଳ ଓ ମିଷ୍ଠାନ ବଣ୍ଟନ, ଜିଲ୍ଲାକାରାଗାରରେ ଥିବା ଅନ୍ତେବାସୀ ମାନଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ, ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀ ମାନଙ୍କୁ ରାୟଗଡ ମହାବିଦ୍ୟାଳୟର ଭି.ଆର୍‍. ରତ୍ନେଶ୍ୱରୀ, ଅଧ୍ୟକ୍ଷ, ସେବା ସମାଜ ଅନ୍ତେବାସୀ ମାନଙ୍କୁ ରାୟଗଡ ପୌର ପରିଷଦ ତରଫରୁ ଏବଂ ସ୍ୱଧାର ଗୃହରେ ଥିବା ଅନ୍ତେବାସୀ ମାନଙ୍କୁ ଶ୍ରୀ ସୁଦର୍ଶନ ପାଢୀ, ପ୍ରଜେକ୍‍ଟ ମ୍ୟାନେଜର, ଡି.କେ.ଡି.ଏ ଚାଟିକଣା ଙ୍କ ଦ୍ୱାରା ପ୍ରଦତ୍ତ ଫଳ ଓ ମିଷ୍ଟାନ୍ନ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯିବ ।

ଏହା ସହିତ କୋଭିଡ ଯୋଦ୍ଧା ମାନଙ୍କୁ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟକ୍ରମ ହାସଲ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନିତ କରାଯିବା ନିମନ୍ତେ ସ୍ଥିର କରାଗଲା । ଏହି ବୈଠକରେ ସ୍ୱାଧୀନତା ଦିବସ ପାଳନ କମିଟିର ସଦସ୍ୟ, ସଦସ୍ୟା ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ l ଶେଷରେ ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l