କାଶୀନଗରରେ ଜଳ ସଙ୍କଟ ଦୂର ହେବ କେବେ ?

0
160
କାଶୀନଗରରେ ଜଳ ସଙ୍କଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୪) : ଗଜପତି ଜିଲ୍ଲା ର ଏକ ମାତ୍ର ପୌର ଅଞ୍ଚଳ କାଶୀନଗର ଅଟେ । ବର୍ତ୍ତମାନ କାଶୀନଗରରେ ଜଳ ସଙ୍କଟ ଦେଖାଯାଇଛି ।

ଚଳିତ ଗ୍ରୀଷ୍ମ ଋତୁ ରେ ଏତେ ଉତ୍କଟ ହୋଇଛି ଯେ ବାହାଘର ବେଳେ ବାଇଗଣ ରୁଆ ଚିନ୍ତା ଘାରିଛି । କାଶୀନଗରରେ ଜଳ ସଙ୍କଟ ଦେଖାଦେଇଛି । ୧୯୭୮ ମସିହାରେ କାଶୀନଗର ଜନ ସାଧାରଣ ଙ୍କ ପିଇବା ପାଣି ଯୋଗାଇ ଦେବା ପାଇଁ ସେତେବେଳେ ସୋମନାଥ ରଥ ଗୋଟିଏ ପ୍ରକଳ୍ପ କୁ ଲୋକାର୍ପଣ କରିଥିଲେ ଯାହାକି ୧୯୯୯ ପର୍ଯ୍ୟନ୍ତ ସମସ୍ତ ଲୋକ ଙ୍କୁ ଜଳ ଯୋଗାଇ ଆସୁଥିଲା କେବଳ ଗୋଟିଏ ପମ୍ପ ହାଉସ ଜରିଆରେ ।

ମହାବାତ୍ୟାରେ ବର୍ଷା ପାଣି ଧୋଇ ହୋଇ ପାଣି ଯୋଗାଇବା ବ୍ୟାହତ ହୋଇଥିଲା । ୧୯୮୦ ପ୍ରବଳ ବନ୍ୟା ହେବା ପରେ ବନ୍ୟା କ୍ଷତିଗ୍ରସ୍ତ ଙ୍କୁ ସରକାର କଲୋନୀ ଯୋଗାଇଦେବା ଫଳରେ ବିସ୍ଥାପିତ ଙ୍କ ପାଇଁ ସମସ୍ତ ଆନୁଷଙ୍ଗିକ ସୁବିଧା ଦିଆଗଲା । ଜନ ସଂଖ୍ୟା ବୃଦ୍ଧି ପାଇବା ସହିତ ପାଣି ର ବ୍ୟବହାର ମଧ୍ୟ ଅଧିକ ହେଲା ।

ନବୀନ ବାବୁ ଙ୍କ ସରକାର ବସୁଧା ଯୋଜନା ରେ ସମସ୍ତଙ୍କୁ ସ୍ଵଚ୍ଚ ଓ ନିରବଛିନ୍ନ ପାଣି ଯୋଗାଇବା ପ୍ରକଳ୍ପ କୁ ଅନୁମୋଦନ କଲେ । ବିଭିନ୍ନ ଯାଗାରେ ବୋରୱେଲ ଯୋଗେ ପାଣି ଉଠା ଗଲା । କିନ୍ତୁ ପାଣି ର ଅଭାବ ପରିଲକ୍ଷିତ ହେବା ପରେ ବଂଶଧାରା ନଦୀ ରୁ ପାଣି ଉଠାଇ ତାକୁ ବିଶୋଧନ କରି ଘର କୁ ଘର ପାଣି ଯୋଗାଇବା ବ୍ୟବସ୍ଥା ପାଇଁ ପ୍ରକଳ୍ପ କାର୍ଯ୍ୟ ଅଧାରେ ଅଟକି ଗଲା ।

ନା ଭୁବନେଶ୍ୱର ରୁ ମେସିନ ଆସିଲା ନାହିଁ କି କାମ ଆଗକୁ ବଢିଲା ନାହିଁ । ଏବେ ଗତ ଦୁଇଦିନ ତଳେ ଏକ ନିର୍ଦ୍ଧିଷ୍ଟ ଖବର କାଗଜ ରେ ପାଣି ସଙ୍କଟ ର ଦୂର ପାଇଁ ଜାଗା ଚିହ୍ନଟ ହେବ ଖବର ପ୍ରକାଶିତ ହେବା ପରେ କିଛି ସାମ୍ବାଦିକ ଜନ ସ୍ଵାସ୍ଥ୍ୟ ବିଭାଗ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ଯୋଗାଯୋଗ କରିବାରେ ସେମାନେ ଏ ନେଇ ତାଙ୍କ ପାଖରେ କିଛି ଖବର ନାହିଁ । କିନ୍ତୁ ତିନି ଚାରୋଟି ଯାଗା ଦେଖାଯାଇଛି କୋଉଠି ପ୍ରକଳ୍ପ ପାଇଁ ଇନ୍ ଟେକ୍ ୱେଲ୍ ହେବ ସ୍ଥିର ହୋଇନାହିଁ ।

କିନ୍ତୁ ଏହି ପ୍ରକଳ୍ପ ଆରମ୍ଭ ହେବ ପୂର୍ବରୁ ଗ୍ରାମବାସୀ ଏହି ପ୍ରକଳ୍ପ ଇଦୁଡି ପାଖରେ ଥିବା ସରକାରୀ ଯାଗାରେ କରାଗଲେ ୱାର୍ଡ ୧ ଠାରୁ ଆରମ୍ଭ କରି ସମସ୍ତ ୱାର୍ଡ କୁ ପାଣି ଯୋଗାଇ ବା ଆହୁରି ସୁବିଧା ହୋଇପାରିବ । ଏ ନେଇ ତତ୍କାଳୀନ ତହସିଲଦାର ମନରଞ୍ଜନ ସାହୁ ଯାଗା ଦେଖି ଆସିଥିଲେ । ଆଗାମୀ ୨୫ ବର୍ଷ ପାଇଁ ଆଖି ରଖି ଏହି ପ୍ରକଳ୍ପ ହେବା ଦରକାର ବୋଲି ପୂର୍ବତନ ବିଜେଡ଼ି ଜିଲ୍ଲା ଉପସଭାପତି କେ. ମଧୁ କହିଛନ୍ତି ।

ବର୍ତ୍ତମାନ ଯେଉଁ ପ୍ରକଳ୍ପ କରାଯିବ ତାହା କେବଳ ୨/୩ ବର୍ଷ ପାଇଁ ହିଁ ହେବ ତା’ପରେ ଆଉ ଥରେ ପ୍ରକଳ୍ପ କରାଯିବ କି ବୋଲି ବିଜେପି ନେତା କେ ମୁକୁନ୍ଦ ରାଓ ପ୍ରଶ୍ନ କରିଛନ୍ତି । ଏଣୁ ବେଳ ଥାଉ ଥାଉ ଜନ ସମ୍ପର୍କ ବା ପ୍ରସ୍ତାବ କୁ ବିଚାର କୁ ନିଆଯାଉ, ଯେଭଳି ଆଗାମୀ ୨୦ ବର୍ଷ ପାଇଁ ଜଳ ସମସ୍ୟା ରହିବ ନାହିଁ । ଏ ନେଇ ଗତ ୨/୩ ଦିନ ତଳେ ଏକ ଟିମ୍ ଯାଗା ନିରୂପଣ କରିଥିବା ଖବର ପ୍ରକାଶ ପାଇବା ପରେ ଏ ନେଇ କାଶୀନଗର ବାସୀ ପ୍ରକଳ୍ପ ର ସ୍ଥାୟୀତ୍ୱ ଓ କାର୍ଯ୍ୟ କାରିତା ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।