ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ ହରଭଙ୍ଗା ବ୍ଲକ : ମହାନଦୀ ତଟ ସୁରକ୍ଷିତ କରିବା ପାଇଁ ଦାବି

0
283

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୦୩/୦୮) : ଅତୀତରେ ଅବିଭକ୍ତ ବୌଦ୍ଧ କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ଓ ବିକାସମୁଖୀ ବ୍ଲକ ଥିଲା ହରଭଙ୍ଗା । ନୌବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା । ମହାନଦୀ ତଟରେ ଅବସ୍ତିତ ଏହି ବ୍ଲକ ଡଙ୍ଗାରେ ରାଜ୍ୟରେ ବିଭିନ୍ନ ସ୍ଥାନକୁ ଏହି ଅଂଚଳରୁ ଧାନ ,ଚାଉଳ,ମୁଗ,ବିରି,ସୋରିଷ,ବୁଟ ଆଦି ବିଭିନ୍ନ କୃଷିଜାତ ଦ୍ରବ୍ୟ ସମେତ ତଲେଇ, ହାଣ୍ଡି,ମାଠିଆ,ବାଉଁଶ ଆଦି ପ୍ରେରଣ କରାଯାଉଥିଲା । ଉର୍ବରମୂର୍ତ୍ତିକା ଯୋଗୁଁ ବିପୁଳ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା । ଚିରପ୍ରବହ ମାଳି,ସୁନାବ୍ୟ ମହାନଦୀ ଥିଲା । ଏହି ଅଂଚଳ ପ୍ରକୃତିର ଆଶୀର୍ବାଦ ।

ପାହାଡ ଜଙ୍ଗଲଘେରା ବ୍ଲକର ଅନ୍ୟତମ ସମ୍ପଦଥିଲା । ଲଘୁ ବନଜାତଦ୍ରବ୍ୟ ,ଗମନାଗମନ ଓ ପରିବହନ ଜନିତ ସମସ୍ୟା ଥିବା ସମୟରେ ମଧ୍ୟବ୍ୟବସାୟିକ,ବାଣିଜ୍ୟ ଦୃଷ୍ଟିରୁ ହରଭଙ୍ଗା ଥିଲା ଏକ ସମୃଦ୍ଧି ଅଞ୍ଚଳ । ଏହି ବ୍ଲକ ଦେଇ ଯାଇଥିବା ପୁରାତନ ଜଗନ୍ନାଥ ସଡକରେ ବିଭିନ୍ନ ରାଜ୍ୟର ତୀର୍ଥଯାତ୍ରୀ ଓ ସାଧୁସନ୍ଥ ମନେ ଶ୍ରୀକ୍ଷେତ୍ରକୁ ଯିବାବେଳେ ହରଭଙ୍ଗାରେ ଡେରା ପକାଉଥିଲେ ।

ତେଣୁ ସ୍ଥାନୀୟ ବ୍ୟବସାୟୀ ମାନେ ବେଶ ଉପକୃତ ହେଉଥିଲେ । ହରଭଙ୍ଗାରେ ଥିଲା ବ୍ଲକ ଅଫିସ,ସହକାରୀ କୃଷି ଅଧିକାରୀ ଅଫିସ,ରାଜ୍ୟସ୍ବ ନିରୀକ୍ଷକ ଅବକାରୀ କାର୍ଯ୍ୟାଳୟ । ମାତ୍ର ସତୁରି ଦଶକରେ ବ୍ଲକ ଅଫିସ ପ୍ରାୟ ୨୫କିଲୋମିଟର ଦୂରବର୍ତ୍ତୀ ଚାରିଛକକୁ ସ୍ଥାନାନ୍ତରିତ ହେବାପରେ ଗୋଟିକପରେ ଗୋଟିଏ ସରକାରୀ କାର୍ଯ୍ୟାଳୟ ହରଭଙ୍ଗାରୁ ଉଠିଯିବାପରେ ବସ୍ତୁତ୍ୱ ଉନୟନ କାର୍ଯ୍ୟରେ ବ୍ୟାହତ ହୋଇଛି ।b80edbc3 3666 412d aa05 1c0d4fe2f4b5 ତ୍ୱରାନ୍ୱିତ ବିକାଶପାଇଁ ପୁନର୍ଗଠିତ ହେଉ ହରଭଙ୍ଗା ବ୍ଲକ : ମହାନଦୀ ତଟ ସୁରକ୍ଷିତ କରିବା ପାଇଁ ଦାବି

ବିକାଶ ପ୍ରକ୍ରିୟାରେ ପଡିଛି ପୂର୍ଣ୍ଣଛେଦ।ବୁଡି ଅଂଚଳ ଆଳରେ କ୍ରମେ ବ୍ଲକ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଗଲା । ସାମାନ୍ୟ କାମ ପାଇଁ ଏକତା ବ୍ଲକ ସଦର ମହକୁମା ଥିବା ହରଭଙ୍ଗା ଓ ଏହାର ପର୍ଶ୍ୱବର୍ତୀ ଅଂଚଳର ଲୋକମାନନଙ୍କୁ ଚାରିଛକ ଧାଇଁବାକୁ ପଡୁଛି ।

ଏହି ବ୍ଲକ ଅଧିନସ୍ଥ ଅନଗ୍ରସର ପଞ୍ଚାୟତ ଗୁଡିକ ବିକାଶ ପ୍ରକ୍ରିୟାରୁ ବଂଚିତ ହୋଇଛନ୍ତି । ଏହା ସଙ୍ଗକୁ ଏକତା ହରଭଙ୍ଗା ଓ ବୌଦ୍ଧ ବ୍ଲକ ଅଧିବାସୀଙ୍କ ପାଇଁ ଜୀବନଧାରାରେ ଥିବା ମହାନଦୀର ବନ୍ୟା ସାଜିଛି ବିକାଶର ବାଧକ ।”ଚୀନର ଦୁଖ”ହୋୟାଁହୋ ନଦୀ ଭଳି ମହାନଦୀ ପାଲଟିଛି ହରଭଙ୍ଗା ଏବଂ ଏହାର ପର୍ଶ୍ୱବର୍ତୀ ଅଞ୍ଚଳଙ୍କ ବାସିନ୍ଦାଙ୍କ ପାଇଁ ଅଭିଶାପ ।

୧୯୮୨ ର ପ୍ରଳୟଙ୍କରୀ ବନ୍ୟା ଏହି ଅଂଚଳରେ ଧ୍ବଂସଲୀଳା ସୃଷ୍ଟି କରିଥିଲା ।ଏହି ଖଣ୍ଡ ପ୍ରଳୟରେ ଭାଙ୍ଗି ଯାଇଥିଲା ହରଭଙ୍ଗା ବ୍ଲକ ର ଆର୍ଥିକ ମେରୁଦଣ୍ଡ । ଏହାପରେ ବାରମ୍ବାର ପ୍ରବଳ ବନ୍ୟା ସାଙ୍ଗକୁ ନଦୀର ଶଯ୍ୟା ପରିବର୍ତନ ବ୍ଲକ ବାସୀଙ୍କୁ ଘୋର ଦୁର୍ଦସାମଧ୍ୟକୁ ଠେଲିଦେଇଛି । ସମୟ କ୍ରମେ ନଦୀ ଗତିପଥ ବଦଳିବା ସହ ଶଯ୍ୟା ପୋତି ହୋଇ ପଡ଼ିଲାଣି ।

ତେଣୁ ସାମାନ୍ୟ ବଡ ଧରଣର ବନ୍ୟା ହେଲେ ନଦୀ କୂଳଲଙ୍ଘି ତଟବର୍ତୀ ଗାଁ ଗଣ୍ଡା ଓ ଚାଷଜମିକୁ ଜଳମଘ୍ନ କରି ଦେଉଛି । ଘରଦ୍ୱାର ଭାଙ୍ଗି ଯିବା ସଂଗେ ସଂଗେ ଉର୍ବର ଜମି ସବୁ ବାଲିଚର ହୋଇଯାଉଛି । ହରଭଙ୍ଗା ପଂଚାୟତ ସହ ନଦୀ କୂଳରେ ରହିଛି ୫୫ ରାଜସ୍ବ ଗ୍ରାମ । ସେଗୁଡିକ ମଧ୍ୟରେ କୋଡାସିଙ୍ଗା,ଅତଲସରା,ମାରଡା,ତିରଡ଼ାକୁମାରୀ,ପାଣିଘରା,ହାଟଗାଁ, କରଡି,ଧଳପୁରୁ,ଖଣ୍ଡିଧଳପୁରୁ ଆଦି ଅନ୍ତର୍ଭୁକ୍ତ।ଦିନକୁଦିନ ନଦୀଶଯ୍ୟା ପୋତି ହୋଇପଡି ଥିବାରୁ ଏସବୁଗ୍ରାମ ପ୍ରତି ବିପଦ ଦେଖାଦେଇଛି ।

ନଦୀଧାର କୁଳଖାଇ ଗାଁ ମୁହାଁ ହେଲାଣି ।ସାମାନ୍ୟ ଧରଣର ବନ୍ୟା ହେଲେବି ଗାଁ ସବୁ ରହୁଛି ପାଣିଘେରରେ।ବୁଡି ଯାଉଛି ବିଲବାଡୀ ।ବନ୍ୟାଜଳ ତୁରନ୍ତ ନ ଛାଡିଲେ ବ୍ୟାପକ ଫସଲ ନଷ୍ଟ ହେଉଛି । ଚାଷୀକୁ କୁଟା ଖଣ୍ଡେ ବି ମିଳୁନାହିଁ । ଲୋକଙ୍କ ଆର୍ଥିକ ମେରୁଦଣ୍ଡ ବି ଦୁର୍ବଳ ହେଇପଡୁଛି । ପ୍ରତିବର୍ଷ ବନ୍ୟାରେ କୁଳ କ୍ଷୟ ହେଉଛି ।”ଖସୁଛି ଅତଡା”। ତେଣୁ ନଦୀ ତଟବର୍ତୀ ଗ୍ରାମ ଗୁଡିକରେ ସୁରକ୍ଷା ପାଇଁ ଆଡିବନ୍ଧ ଏକାନ୍ତ ଜରୁରୀ ହୋଇପଡିଛି ।

ଏହା କରାନଗଲେ ତଟବର୍ତୀ ଅନେକ ଗ୍ରାମ ଲୀନ ହୋଇଯିବ ମହାନଦୀ ଗର୍ଭରେ । ଏହା ଛଡା ବ୍ଲକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଥିବାରୁ ବିକାଶ କାର୍ଯ୍ୟରେ ବାଧା ଉପୁଜୁଛି । ଏକଦା ହରଭଙ୍ଗାରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଥିଲା । ମାତ୍ର ତାହା ହେଲା ନାହିଁ । ଅଂଚଳବାସୀଙ୍କ ଆନ୍ଦୋଳନ ସତ୍ୱେ ଅନ୍ୟତ୍ର ତାହା ପ୍ରତିଷ୍ଠା ହେଲା ।

ଦୁଇ ତିନି ବର୍ଷରେ ଥରେ ପ୍ରବଳ ବନ୍ୟା ଚାଷଜମି ନଷ୍ଟ କରିଦେଉଛି । କ୍ଷତି ପୁରାଣ ପୂର୍ବରୁ ପୁଣି ଆସିଯାଉଛି ବନ୍ୟା କିମ୍ବା ମରୁଡି ମରୁଡି ଭଳି ପ୍ରାକୃତିକ ଦୁର୍ବିପାକ । ବ୍ଲକ କାର୍ଯ୍ୟାଳୟ ଠାରୁ ଦୂରରେ ରହିଥିବା ଗ୍ରାମ ଗୁଡିକର ଅଧିବାସୀ ଉନ୍ନୟନର ସୁଫଳରୁ ବଂଚିତ ହେଉଛନ୍ତି।ମହାନଦୀ ଶଯ୍ୟା ପୋତି ହୋଇପଡିବା ଓ ଚିରସ୍ରୋତ ଅବସ୍ଥା ହରାଇବା ପରେ ଡଙ୍ଗାରେ ବ୍ୟବସାୟ ବାଣିଜ୍ୟ ବସ୍ତୁତ୍ୱ ବନ୍ଦ ହେଇଗଲାଣି । କାମଧନ୍ଦା ଅଭାବ ଏବଂ ବାରମ୍ବାର ପ୍ରାକୃତିକଦୁର୍ବିପକ ଲୋକମାନଙ୍କୁ ଗାଁ ଛାଡି ଯିବାକୁ ବାଧ୍ୟ କରୁଛି । ତେଣୁ ଏ ପରିପେକ୍ଷରେ ହରଭଙ୍ଗା ବ୍ଲକ ପୁନର୍ଗଠନ ଆବଶ୍ୟକତା ହୋଇ ପଡିଛି ।

ଏହି ବ୍ଲକ ଅଧିନସ୍ଥ ସାତୋଟି ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରିବାକୁ ଦାବି ହେଉଛି । ହରଭଙ୍ଗା, କୁସଙ୍ଗ,ଛତରଙ୍ଗ,ସଂକୁଲେଇ,ଧଳପୁର ତଳଗାଁ ଓ ମାହାଲିପଡାକୁ ନେଇ ସ୍ୱତନ୍ତ୍ର ବ୍ଲକ ଗଠନ କରାଗଲେ ଉନ୍ନୟନ ପ୍ରକ୍ରିୟା ତ୍ୱରାନ୍ୱିତ ହେଇପାରିବ ବୋଲି ମତ ପ୍ରକାଶ ପାଉଅଛି । ପ୍ରତିବର୍ଷ ବନ୍ୟା ଦାଉରୁ ସିକାର ହେଉଥିବା ନଦୀକୂଳିଆ ଗ୍ରାମ ଗୁଡିକର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇ ତାହା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରାଯିବାକୁ ମଧ୍ୟ ଦାବି ହେଉଛି ।