ସୋମବାର ଠାରୁ ସକାଳ ୬ଟାରୁ ସ୍କୁଲ : ଅସନ୍ତାଷ ପ୍ରକାଶ କଲେ ଅଭିଭାବକ

0
143
ସୋମବାର ଠାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୫) : ସୋମବାର ଠାରୁ ପୁଣି ସ୍କୁଲ ଖୋଲିବାକୁ ଯାଉଛି । ସକାଳ ୬ଟାରୁ ସକାଳ ୯ଟା ଯାଏଁ ପାଠ ପଢିବେ ପିଲା । ତେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ ର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ ।

ଏତେ ସକାଳୁ ଛୋଟ ଛୋଟ ପିଲା ଓ ଶିକ୍ଷକ ବିଦ୍ୟାଳୟକୁ ଆସିବାରେ ଅସୁବିଧା ହେବ । ଏହାଛଡା ଖରାଛୁଟି କମିଯାଉଥିବାରୁ ଶିକ୍ଷକ ସଂଘ ଅଧିକ ଟଙ୍କା ଦେବାକୁ ଦାବି କରିଛି । ସେପଟେ ଅଭିଭାବକ ସଂଘ ମଧ୍ୟ ସକାଳ ୬ଟା ବଦଳରେ ସାଢେ ୬ଟା ସ୍କୁଲ ଖୋଲିବାକୁ ଦାବି କରିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୫ ଦିନ ଧରି ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିବ ।

ଏବେ ସକାଳ ୬ ଟାରୁ ୯ ଟା ମଧ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଖରାକୁ ଦୃଷ୍ଟିରେ ରଖି ସକାଳୁଆ ହେବ ସ୍କୁଲ କିନ୍ତୁ ଏହାକୁ ନେଇ ଅଭିଭାବକମାନେ ମୁହଁ ଖୋଲିଛନ୍ତି । ଏତେ ସକାଳୁ ପିଲାଙ୍କୁ ନେଇ ସ୍କୁଲ ଯିବାକୁ ଅସହଜ ମନେ କରିଛନ୍ତି । ସେମାନଙ୍କ ପ୍ରଶ୍ନ ହେଲା, ଏତେ ସକାଳୁ କେମିତି ସ୍କୁଲ ଆସିବେ ପିଲା । ସେମାନଙ୍କୁ ପ୍ରସ୍ତୁତ କରିବା କଷ୍ଟକର ହୋଇପଡିବ ବୋଲି ମତ ଦେଇଛନ୍ତି ଅଧିକାଂଶ ଅଭିଭାବକ ।

ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ଭିନ୍ନ ତର୍କ : ୯ ଟା ଭିତରେ କମ କହୁଛି ପାରା, ପଡିବନି ପ୍ରଭାବ, ସକାଳ ୬ ଟାରୁ ସ୍କୁଲ ଖୋଲାଯିବା ନେଇ ଅଭିଭାବକ ଭିନ୍ନ ମତ ଦେଉଥିବା ବେଳେ ଗଣଶିକ୍ଷା ବିଭାଗ ସଚିବ କିନ୍ତୁ ଭିନ୍ନ ମତ ରଖିଛି ।

ସଚିବଙ୍କ ମତ ହେଲା : ସକାଳ ସାଢେ ୮ ଟା ଭିତରେ ତାପମାତ୍ର ୩୨ ରୁ ୩୪ ଡିଗ୍ରୀ ରହିଥାଏ, ୯ ଟା ଭିତରେ ଏହା ୩୫ ଡିଗ୍ରୀ ଅତିକ୍ରମ କରେ ନାହିଁ, ରବିବାର ଠାରୁ ତାପମାତ୍ରା ଧିରେ ଧିରେ କମିବ ବୋଲି ଆକଳନ କରାଯାଇଛି । ମଧ୍ୟାହ୍ନ ଭୋଜନ ସହ ୯ ଟା ମଧ୍ୟରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ର କୌଣସି ପ୍ରଭାବ ରହିବ ନାହିଁ । ଛାତ୍ରଛାତ୍ରୀଙ୍କ ପାଠପଢା ର ଭରଣା ହୋଇପାରିବ ।

ପୂର୍ବରୁ ଗଣଶିକ୍ଷା ବିଭାଗ ର ନିଷ୍ପତିକୁ ବିରୋଧ କରିଛି ଓଡିଶା ପ୍ରାଥମିକ ଶିକ୍ଷକ ସଂଘ । ସକାଳ ୬ଟା ବଦଳରେ ସାଢେ ୬ ଟାରେ ସ୍କୁଲ ଆରମ୍ଭ କରିବାକୁ ସଂଘ ଦାବି କରିଛି । ସକାଳ ୬ ଟାରୁ ଛୋଟ ଛୋଟ ପିଲା ଏବଂ ଶିକ୍ଷକ ସ୍କୁଲ ଆସିବା କଷ୍ଟ । ତେଣୁ ସାଢେ ୬ ଟାରେ ସ୍କୁଲ ଖୋଲିବାକୁ ଦାବି କରିଛନ୍ତି । ଏହାଛଡା ଖରା ଛୁଟିରେ ଏଲଆରପି କୋର୍ସ ପାଠ ପଢା ହେଲେ ଶିକ୍ଷକମାନଙ୍କ ୩୫ ଦିନ ଛୁଟି କମିଯିବ । ତେଣୁ ଶିକ୍ଷକମାନଙ୍କୁ ଅଧିକ ଟଙ୍କା ଦେବାକୁ ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି ।