ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଭୟ

0
177
ସମ୍ଭାବ୍ୟ ବାତ୍ୟାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୨/୦୫) : ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଭୟ । ୬ରେ ଦକ୍ଷିଣ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ର ରୂପ ନେବାର ଅଧିକ ସମ୍ଭାବନା ରହିଛି । ଏହା ୭ରେ ବାତ୍ୟା ର ରୂପ ନେଇ ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରେ ।

ସମ୍ଭାବ୍ୟ ବାତ୍ୟାକୁ ନେଇ ବଢୁଛି ଭୟ । ବାତ୍ୟା ଆନ୍ଧ୍ରପ୍ରଦେଶ ର ମଚ୍ଛଲିପଟ୍ଟନମରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ହେବାର ସମ୍ଭାବନା ରହିଛି । ଏପଟେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ପାଇଛି । କିନ୍ତୁ ଏବେବି ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ ।

ବଦଳିଛି ରାଜ୍ୟ ପାଣିପାଗ । ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ବଢୁଛି ଭୟ । ୬ ରେ ଦକ୍ଷିଣ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ର ରୂପ ନେବାର ସମ୍ଭାବନା ରହିଛି । ୭ ରେ ଏହା ବାତ୍ୟା ର ରୂପ ନେଇ ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରେ ।

ଆନ୍ଧ୍ରପ୍ରଦେଶ ର ମଛଲିପଟ୍ଟନମ ରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ହୋଇ ପାରେ ବାତ୍ୟା ଆସାନି । ବାତ୍ୟା ସମୟରେ ଘଣ୍ଟାପ୍ରତି ସର୍ବାଧିକ ଶହେ କିଲୋମିଟର ବେଗରେ ପବନ ସାଙ୍ଗକୁ ୬୦ ମିଲିମିଟରରୁ ଅଧିକ ବର୍ଷା ହେବ । ବାତ୍ୟା ସୃଷ୍ଟି ନେଇ ଏବେ ପାଗ ଅନୁକୁଳ ରହିଛି । ସମୁଦ୍ରର ତାପମାନ ସହ ବାୟୁମଣ୍ଡଳରେ ଆର୍ଦ୍ରତା ରହିଛି । କିନ୍ତୁ ଲଘୁଚାପ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।