କାଳବୈଶାଖିରେ ବିଭିନ୍ନ ସ୍ଥାନରେ ଗଛ ପତ୍ର ଭଙ୍ଗାରୁଜା

0
146
କାଳବୈଶାଖିରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧/୫) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ଆଜି ଅଦିନିଆ କାଳବୈଶାଖିରେ ଭିନ୍ନ ସ୍ଥାନରେ ବହୁ ଜୋରରେ ପବନ ବର୍ଷା ହେବା ଯୋଗୁଁ ଗଛ ପତ୍ର ଭଙ୍ଗାରୁଜା ହୋଇଥିବା ଜଣାପଡିଛି ।WhatsApp Image 2022 05 01 at 5.41.05 PM କାଳବୈଶାଖିରେ ବିଭିନ୍ନ ସ୍ଥାନରେ ଗଛ ପତ୍ର ଭଙ୍ଗାରୁଜା

୨୦୨୨ ବର୍ଷ ଆରମ୍ଭ ରୁ କୌଣସି ବର୍ଷା ହୋଇ ନ ଥିଲା । ୨୦୨୨ ବର୍ଷ ପାଇଁ ଆଜି ନୂଆଁ ବର୍ଷା ଓ ପବନ ହୋଇଥିବା ଦେଖିବାକୁ ମିଳିଛି । ଆଜି କାଳବୈଶାଖିରେ ବହୁତ ଜୋରରେ ବର୍ଷା ପବନ ହେବାରୁ ଆମ୍ବ ଗଛ, ପଣସ ଗଛ, ସଲପ ଗଛ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବା ଶୁଣିବାକୁ ମିଳିଛି ।

ଏହି ସମ୍ପର୍କରେ କଲ୍ୟାଣସିଂହପୁର ତହସିଲଦାର ସୁଧାକର ରଇତ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ୨୦୨୨ ବର୍ଷ ପାଇଁ ଆଜି ପ୍ରଥମ ବର୍ଷା ହୋଇଛି । ମୁଁ ପାରଳାଖେମୁଣ୍ଡି ଚାଲିଯାଇଛି । ରେଭୁନ୍ୟୁ ଇନିସ୍ପେକ୍ଟର ବା ଆର ଆଇ ମାନଙ୍କୁ ପଚାରୁଛି । କାହାର କ୍ଷତି ହେବା ଖବର ମୋ ପାଖକୁ ଆସି ନାହିଁ । ଆର ଆଇ ମାନେ ମୋ ନଜରକୁ ବର୍ତ୍ତମାନ ସୁଦ୍ଧା କୌଣସି ଖବର ଦେଇ ନାହାଁନ୍ତି ବୋଲି ସୂଚନା ଦେଇଛନ୍ତି ।