ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ପୁଣି ଉମରକୋଟରେ ଉତ୍ତେଜନା

0
138

ରିପୋର୍ଟ : ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର,(୦୩/୦୮) : ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ଉମରକୋଟ ସହର ର ବିଭିନ୍ନ ଛକ ରେ ରାସ୍ତା ଅବରୋଧ କଲେ ଚାଷୀ । ଉମରକୋଟ କୃଷି ଅଧିକାରୀ ଙ୍କୁ ଶୋଭାଯାତ୍ରା ରେ ଚଳାଇ ଚଳାଇ ନେଲେ ଚାଷୀ । ଗୋଟିଏ ପଟ ଚାଷୀ ରାସ୍ତା ଅବରୋଧ କରିଥିବା ବେଳେ ଅନ୍ୟ ପଟେ ଶୋଭାଯାତ୍ରାରେ ଯାଇ ଦୋକାନ ବଜାର ବନ୍ଦ୍ କରୁଛନ୍ତି ।1a6c86f9 951f 455a ba5c feca741fd64c ସମସ୍ତ ଚାଷୀଙ୍କୁ ସାର ଯୋଗାଇବା ଦାବି ନେଇ ପୁଣି ଉମରକୋଟରେ ଉତ୍ତେଜନା

ଏହି ଶୋଭା ଯାତ୍ରାରେ ଚାଷୀଙ୍କ ସହ ଚାଲି ଚାଲି ଗଲେ କୃଷି ଅଧିକାରୀ । ସାର ଅଭାବ କୁ ନେଇ ବିଗତ କିଛି ଦିନ ପୂର୍ବେ ସାର ପାଇଁ ଚାଷୀ ରାସ୍ତା ରୋକ କରିବା ସହ କୃଷି କାର୍ଯ୍ୟାଳୟ ଘେରାଉ କରିଥିଲେ । କିନ୍ତୁ ଗୋଟିଏ ପଟେ ବର୍ଷା ହୋଇ ଚାଷ ପାଇଁ ଅନୁକୂଳ ପାଗ ଥିବା ବେଳେ ସାର ଅଭାବ ସମସ୍ୟା ଚାଷୀଙ୍କ ସମସ୍ୟା କୁ ଦୁଇଗୁଣିତ କରିଦେଇଛି । ସାର ସଙ୍କଟକୁ ନେଇ ଚାଷୀଙ୍କ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିଛି । ମଙ୍ଗଳ ବାର ସୁଦ୍ଧା ସମସ୍ତ ଚାଷୀଙ୍କୁ ସାର ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲା ପ୍ରଶାସନ । ସାର ମହଜୁଦ ରହିଛି ।

କିନ୍ତୁ ଗୋଟିଏ ଦିନରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି କୃଷି ବିଭାଗ କହିଛି । ବର୍ତ୍ତମାନ ଚାଷୀଙ୍କ ଆନ୍ଦୋଳନ ଫଳରେ ଉମରକୋଟ ସହର ର ସମସ୍ତ ଦୋକାନ ବଜାର ବନ୍ଦ କରିଛନ୍ତି । ଚାଷୀଙ୍କ ଦାବି ପାଗ ଅନୁକୂଳ ଥିବାରୁ ସମସ୍ତ ଚାଷୀଙ୍କ ଜମିରେ ସାର ଆବଶ୍ୟକତା ଅଛି ତେଣୁ ସମସ୍ତ ଚାଷୀ ଙ୍କୁ ସାର ଯୋଗାଇ ଦିଅ ନଚେତ୍ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ କହିଛନ୍ତି ।

ଅନ୍ୟ ପକ୍ଷରେ ଉମରକୋଟ ତହସିଲଦାର ଓ ଥାନା ଅଧିକାରୀ ଚାଷୀ ଙ୍କୁ ବୁଝେଇ ବୁଝେଇ ନାକେଦମ୍ ହେଲେଣି । କିନ୍ତୁ ଚାଷୀ ବୁଝିବାର ନାହିଁ । ଉମରକୋଟ ବ୍ଲକ୍ କୃଷି ଅଧିକାରୀ କହିଛନ୍ତି ଯେ ଦୁଇଟି ସାର ବିତରଣ କେନ୍ଦ୍ର ରେ ୧୨୦୦ ପ୍ୟାକେଟ ସାର ଗଚ୍ଛିତ ରହିଛି ।ବର୍ତ୍ତମାନ ଆମେ ସାର ବିତରଣ କରିବାକୁ ଚାହିବାରୁ ସମସ୍ତ ଚାଷୀଙ୍କୁ ଏକାଥରେ ସାର ଦିଅ ବୋଲି କହି ସାର ବିତରଣ କରିବାକୁ ଦେଉନାହାନ୍ତି ଉତେଜିତ ଚାଷୀ , ବ୍ଲକ୍ କୃଷି ଅଧିକାରୀ ଓ ସହକାରୀ କୃଷି ଅଧିକାରୀ ଙ୍କୁ ଚାଷୀ ଶୋଭାଯାତ୍ରା ରେ ସହର ସାରା ଚଲେଇ ଚଲେଇ ବୁଲେଇଲେ। ବ୍ଲକ୍ କୃଷି ଅଧିକାର ସନ୍ଧ୍ୟା ପର୍ଯ୍ୟନ୍ତ ଚାଷୀ ଆନ୍ଦୋଳନ ଜାରି ରଖିଥିବା ଦେଖାଯାଇଛି, ଚାଷୀ ଠିକ ସମୟରେ ସାର ଜମିରେ ନଦେଲେ ଚଳିତ ବର୍ଷ ଚାଷ ନଷ୍ଟ ହୋଇଯିବ ବୋଲି ଆଶଙ୍କା କରି ଚାଷ ଜମି ଛାଡି ସାର ପାଇଁ ରାଜ ରାସ୍ତାରେ ହଲ୍ଲାଇଛି ।