Friday, March 29, 2024

Top 5 This Week

Related Posts

ବଲାଙ୍ଗୀର କୁଲତା ସମାଜ ପକ୍ଷରୁ ଜିଲ୍ଲା ପରିଷଦ ସଭାପତି ସମ୍ବର୍ଦ୍ଧିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୫/୦୫) : ଅଦ୍ୟ ତା : ୫/୫/୨୦୨୨ ଦିନ ବଲାଙ୍ଗୀର କୁଲତା ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଯାଦବ ଭବନ ଠାରେ ସକାଳ ୯ ଘଣ୍ଟା ସମୟରେ ବଲାଙ୍ଗୀର ଜିଲ୍ଲାକୁ ପ୍ରତିନିଧିତ୍ଵ କରୁଥିବା ତଥା ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପଧାନ ଏବଂ ଆଗଲପୁର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।490e2e82 ff5e 41a0 aa91 9a2ba6f5fcc6 ବଲାଙ୍ଗୀର କୁଲତା ସମାଜ ପକ୍ଷରୁ ଜିଲ୍ଲା ପରିଷଦ ସଭାପତି ସମ୍ବର୍ଦ୍ଧିତ

ବଲାଙ୍ଗୀର କୁଲତା ସମାଜର ସଭାପତି ଶ୍ରୀଯୁକ୍ତ ସୁରଥ ପଧାନ, ସମ୍ପାଦକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଭୋଇ, ଉପସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଭୋଈ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଦ୍ଧନ ପଧାନ ତଥା କାର୍ଯ୍ୟକାରୀ ସଦସ୍ୟ ବୃନ୍ଦଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ସଭାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ । ସର୍ବ ପ୍ରଥମେ ସଭାପତି ଅତିଥି ବୃନ୍ଦଙ୍କୁ ସ୍ୱାଗତ ଜଣାଇ ମଞ୍ଚାସିନ କରାଇବା ସହିତ ସମ୍ପାଦକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ।d711328f 658e 4c8d a25d 58d5783a6b77 ବଲାଙ୍ଗୀର କୁଲତା ସମାଜ ପକ୍ଷରୁ ଜିଲ୍ଲା ପରିଷଦ ସଭାପତି ସମ୍ବର୍ଦ୍ଧିତ

ଶ୍ରୀଯୁକ୍ତ ରାହାସ ବିହାରୀ ମାଝୀ ସମାଜ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ସମାଜ ର ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ମଧୁ ସାହୁ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାପତି ଶ୍ରୀଯୁକ୍ତ ପଧାନ ଧନ୍ୟବାଦ ଜ୍ଞାପନ କରି ସଭା କାର୍ଯ୍ୟ ଶେଷ କରିଥିଲେ ।

ଏହି ସମ୍ବର୍ଦ୍ଧନା ସଭାରେ ଶ୍ରୀଯୁକ୍ତ ରାମଚନ୍ଦ୍ର ଭୋଇ, ଶ୍ରୀଯୁକ୍ତ ବିକାଶ ବାରିକ, ଶ୍ରୀଯୁକ୍ତ ରିଙ୍କୁ ଭୋଇ, ଶ୍ରୀଯୁକ୍ତ ବିଦେଶୀ ପଧାନ, ଯୁବ ସଂଯୋଜକ ସୁଦର୍ଶନ ସାହୁ, ଲକ୍ଷ୍ମଣ ବିଶ୍ୱାଳ, ସୁନୀଲ କୁମାର ମାଝୀ ତଥା ଅନ୍ୟ ସଦସ୍ୟ ବୃନ୍ଦ ନିଜର ବହୁମୂଲ୍ୟ ସମୟ ଦେଇ ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles