Thursday, March 28, 2024

Top 5 This Week

Related Posts

କୋଭିଡ୍ ମୃତ୍ୟୁର ହିସାବକୁ ନେଇ ବିବାଦ ବଢ଼ାଇଲା ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ର ରିପୋର୍ଟ

ରିପୋର୍ଟ : ରାମନାଥ ଗନ୍ତାୟତ
ନୂଆଦିଲ୍ଲୀ, (୦୬/୦୫) : ପୁଣି ଥରେ କୋଭିଡ୍ ମୃତ୍ୟୁର ସଂଖ୍ୟାକୁ ନେଇ ବିବାଦ ସୃଷ୍ଟି ହୋଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି, କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ଭାବେ ଯେଉଁ ସଂଖ୍ୟା ଦର୍ଶାଯାଇଛି, ପ୍ରକୃତ ସଂଖ୍ୟା ତା’ଠାରୁ ଢ଼େର ଅଧିକ ।

କୋଭିଡ୍ ମୃତ୍ୟୁର ହିସାବକୁ ନେଇ ବିବାଦ ବଢ଼ାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ସାରା ବିଶ୍ୱରେ କୋଭିଡରେ ଯେତିକି ଲୋକ ମରିଛନ୍ତି ବୋଲି କୁହାଯାଉଛି, ବାସ୍ତବ ସଂଖ୍ୟା ତା’ଠାରୁ ପ୍ରାୟ ତିନି ଗୁଣ ଅଧିକ । ୨୦୨୦ ଜାନୁଆରୀ ରୁ ୨୦୨୧ ଡିସେମ୍ବର ସୁଦ୍ଧା ୫୦ ଲକ୍ଷ ୪୦ ହଜାର କୋଭିଡ୍ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦର୍ଶାଯାଇଛି । କିନ୍ତୁ ଏହି ସଂଖ୍ୟା ତିନି ଗୁଣ ଅଧିକ ।

ଅର୍ଥାତ ଏହି ସମୟରେ ପ୍ରକୃତରେ କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ଦେଢ଼ କୋଟି । ବିଶ୍ୱରେ ଯେତିକି ମୃତ୍ୟୁ ହୋଇଛି ତାର ଏକ ତୃତୀୟାଂଶ କେବଳ ଭାରତରେ ହୋଇଛି ଏବଂ ଭାରତରେ ସରକାରୀ ଭାବେ ଯେତିକି ମୃତ୍ୟୁ ଦର୍ଶାଯାଇଛି ଏହି ସଂଖ୍ୟା ତାଠାରୁ ପ୍ରାୟ ୧୦ ଗୁଣା ଅଧିକ । ଭାରତରେ ୪ ଲକ୍ଷ ୭୦ ହଜାର କୋଭିଡ୍ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ବି ପ୍ରକୃତରେ ୪୦ ଲକ୍ଷ ରୁ ଅଧିକ ଲୋକଙ୍କର ଜୀବନ ନେଇଛି କରୋନା ।

ହୁ’ ର ଏଭଳି ଆଳକନକୁ ତୀବ୍ର ପ୍ରତିବାଦ କରିଛି ଭାରତ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଯେଉଁ ମଡେଲକୁ ଆଧାର କରି ହୁ’ ଏଭଳି ରିପୋର୍ଟ ପ୍ରକାଶ କରିଛି ଓ ଦାବି କରୁଛି ତାହା ତ୍ରୁଟିପୂର୍ଣ୍ଣ । ଜନସଂଖ୍ୟା ଆଧାରରେ ବେପରୁଆ ଭାବେ ଆକଳନ କରିବା ଯୋଗୁଁ ଏହି ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗ କୁ ଆଗାମୀ ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ନୀତି ନିର୍ଦ୍ଧାରଣ ସଂସ୍ଥା ୱାଲର୍ଡ ହେଲଥ ଆସେମ୍ବ୍ଲି ରେ ଉଠାଇବ ଭାରତ ।

Popular Articles