ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ରୋଗୀଙ୍କ ଅବସ୍ଥା ଶୋଚନୀୟ : ୩ ମାସ ହେଲା ଡାକ୍ତର ନାହାନ୍ତି

0
264

ରିପୋର୍ଟ: ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୦୩/୦୮) : ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଏକ ବିକାଶର ବିରଳ ଚିତ୍ର | ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁବେଳେ ପଛରେ | ଯାହାକି କହିବାକୁ ଗଲେ ସାରା ରାଜ୍ୟରେ ଓଡିଶା, ସବୁ ଜିଲ୍ଲା ରୁ ବୌଦ୍ଧ ଓ ସବୁ ବ୍ଲକ ରୁ ହରଭଙ୍ଗା ବ୍ଲକ ବିକାଶର ସର୍ବ ନିମ୍ନ ସ୍ଥାନରେ |b044e71c 215b 40fc 83ca 01354e2d4d89 ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକରେ ରୋଗୀଙ୍କ ଅବସ୍ଥା ଶୋଚନୀୟ : ୩ ମାସ ହେଲା ଡାକ୍ତର ନାହାନ୍ତି

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକବାସୀଙ୍କ ପାଇଁ ବାରବାର ସବୁ କ୍ଷେତ୍ରରେ ଅଭିଯୋଗ ହେଉଥିଲେ ବି ପ୍ରଶାସନ ଦୃଷ୍ଟି କୋଣରୁ ସୁଧାର ମିଳୁନି | ଯାହାର ନଗ୍ନ ଚିତ୍ର ଆଜି ଦେଖିବାକୁ ମିଳିଛି ଧଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ | ଦୀର୍ଘ ୩ ମାସ ହେଲା ଡାକ୍ତର ନାହାନ୍ତି ଡାକ୍ତରଖାନାରେ ବହୁବାର ରୋଗୀ ଆସି ଫେରୁଛନ୍ତି ଡାକ୍ତରଖାନାରୁ ଏପଟେ ପ୍ରକୃତିର ପରିବର୍ତନ ଯୋଗୁଁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ରେ ପ୍ରାୟତଃ ପ୍ରତି ପରିବାରରେ ଥଣ୍ଡା, କାଶ, ଜ୍ୱର ରେ ଜନତା ପୀଡିତ, ସତରେ ପ୍ରଶାସନ ଏହା ଜାଣୁନି କି ? କି ଜାଣି ନ ଜାଣିବାର ଅଭିନୟ କରୁଛି ଏହା ଏହି ଅଞ୍ଚଳ ବାସୀଙ୍କ ମନ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ?

ଚିକିତ୍ସା ପାଇଁ ଏହି କେତୋଟି ଅଂଚଳ ଯଥା ଧଳପୁର ପଂଚାୟତ, ରାମଗଡ ପଞ୍ଚାୟତ, ତିଲେଶ୍ୱର ପଞ୍ଚାୟତଓ ସଂକୁଳେଇ ପଞ୍ଚାୟତର କିଛି ଗାଁ ଭରସା କରିଥିବା ଧଳପୁର ଡାକ୍ତରଖାନାରେ ଡାକ୍ତର ନ ଥିବାରୁ ଦୀର୍ଘ ୧୫-୨୦ କିଲୋମିଟର ଯାଇ ପୁରୁଣାକଟକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିସ୍ଥିତ ହେଉଛନ୍ତି | ଦୁର୍ଗମ ଅଞ୍ଚଳରେ ଥିବା କିଛି ଲୋକପାଖରେ ଚିକିତ୍ସାର ସୁବିଧା ନ ଥିବାରୁ ନିଜ ଭାଗ୍ୟକୁ ଆଦରି ମରିବା ପର୍ଯ୍ୟନ୍ତ ଘରେ ସଂଘର୍ଷ କରୁଛନ୍ତି l ଏଣୁ ଏହାକୁ ଦୃଷ୍ଟିରେ ରଖି ଅଂଚଳର ବୁଦ୍ଧିଜୀବୀ ଓ ସାଧାରଣ ଜନତା ତୁରନ୍ତ ଏହି ଡାକ୍ତର ଖାନାରେ ଡାକ୍ତର ଯୋଗାଇ ଦେବା ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଛନ୍ତି l