ଆକ୍ସନ ମୁଡ଼ରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ 

0
194
ଆକ୍ସନ ମୁଡ଼ରେ ସୁବର୍ଣ୍ଣପୁର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୫) : ଆକ୍ସନ ମୁଡ଼ରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ l ରାଜ୍ୟ ପରିବହନ ବିଭାଗ ର କମିଶନର ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ଓ ପରିବହନ ବିଭାଗ ତରଫରୁ ମିଳିତ ଭାବରେ ଗାଡି ମୋଟର ଯାଞ୍ଚ କରାଯାଇଥିଲା lWhatsApp Image 2022 05 07 at 6.42.05 PM 1 ଆକ୍ସନ ମୁଡ଼ରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ 

ଆକ୍ସନ ମୁଡ଼ରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ l ବିଶେଷ କରି ମଦ୍ୟ ପାନ କରି ଗାଡି ଚଳାଉଥିବା ଚାଳକ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା l ଏହି ପରିପ୍ରେକ୍ଷୀରେ ସମୁଦାୟ ୧୫ଟି ଗାଡି ଜବତ ହୋଇଥିବା ବେଳେ ୧୨ ଜଣ ଗାଡି ଚାଳକ ଙ୍କୁ ଗିରଫ କରାଯାଇଛି l ତିନୋଟି ଡ୍ରାଇଭିଂଙ୍ଗ ଲାଇସେନ୍ସ ଅସ୍ଥାୟୀ ଭାବରେ ବାତିଲ କରାଯାଇଛି l

ଚଳିତ ମେ ମାସ ପ୍ରଥମ ସପ୍ତାହ ରୁ ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଚକିଆ ଯାନରେ ବସିଥିବା ବକ୍ତି ମଧ୍ୟ ହେଲମେଟ ପିନ୍ଧିବା ଜରୁରୀ l ଏଥିରେ ବ୍ୟତିକ୍ରମ ହେଲେ ଚାଳକ ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ରୋବିନ ପଟ୍ଟନାୟକ ସୂଚନା ଦେଇଛନ୍ତି l

ସୁବର୍ଣ୍ଣପୁର ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ ପୁଲିସ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଗାଡି ମୋଟର ଯାଞ୍ଚ କଡାକଡ଼ି କରାଯାଉଛି l ଜିଲ୍ଲା ପରିବହନ ବିଭାଗ ର ଏପରି ଉଦ୍ୟମ କୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି l ପୁଲିସ ଓ ପରିବହନ ବିଭାଗ ତରଫରୁ ଏପରି କାର୍ଯ୍ୟନୁଷ୍ଠାନ ରେ ମଦ୍ୟପ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି lWhatsApp Image 2022 05 07 at 6.42.05 PM ଆକ୍ସନ ମୁଡ଼ରେ ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ