Tuesday, September 21, 2021
Google search engine
HomeBreaking Newsଭିଜିଲାନ୍ସ ଜାଲରେ ସହକାରୀ ଚକ୍ଷୁ ଚିକିତ୍ସକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭିଜିଲାନ୍ସ ଜାଲରେ ସହକାରୀ ଚକ୍ଷୁ ଚିକିତ୍ସକ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ବରଗଡ଼,(୦୪/୦୮) : ବରଗଡ ପଦ୍ମପୁର ସ୍ଥିତ ସହକାରୀ ଚକ୍ଷୁ ଚିକିତ୍ସକ କିଶୋର ଚନ୍ଦ୍ର ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ଏକ କାଳୀନ ଦୁଇଟି ସ୍ଥାନରେ ଚାଲିଛି ଚଢ଼ାଉ । ମାରୁତି ନଗର ସ୍ଥିତ ଘରେ ଏବଂ ପଦ୍ମପୁର ଟାଲ ଗାଁରେ ପୈତୃକ ବାସଭବନ ମଧ୍ୟ ଚଢ଼ାଉ ଜାରି ରହିଛି । ସମ୍ବଲପୁର ଭିଜିଲାନ୍ସ ଏସ୍ପିଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଜାରି ରହିଛି ।

ସମ୍ବଲପୁର , ବରଗଡ ଓ ସୋନପୁରର ଭିଜଲାନ୍ସ ଅଧିକାରୀ ଦୁଇଟି ଟିମ କରି ସହକାରୀ ଚକ୍ଷୁ ଚିକିତ୍ସକ ଙ୍କ ଘରେ ଏହି ରେଡ଼ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା, ଆଠ ଗୋଟି ମୂଲ୍ୟବାନ ପ୍ଲଟ ସହ ମୂଲ୍ୟବାନ କୋଠା ର ଆକଳନ ଜାରି ରହିଛି ବୋଲି ସୂଚନଦେଇଛନ୍ତି ବରଗଡ଼ ଭିଜିଲେନ୍ସ ଡ଼ିଏସପି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -
Google search engine

Most Popular

Recent Comments