Thursday, March 28, 2024

Top 5 This Week

Related Posts

ଆବର୍ଜନା ଡ୍ରେନ ପାଣିରେ ବଜାର ଭାସୁଛି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୮/୫) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ନିମ୍ନ ମାନର ଡ୍ରେନ କାମ ଯୋଗୁଁ କଲ୍ୟାଣସିଂହପୁର ଡେଲି ବଜାର ଆବର୍ଜନା ଦୁର୍ଗନ୍ଧ ପାଣିରେ ଭାସୁଥିବା ଦେଖିବାକୁ ମିଳିଛି ।

ଆବର୍ଜନା ଡ୍ରେନ ପାଣିରେ ବଜାର ଭାସୁଛି । ଏନ ଏଚ ୩୨୬ ରାସ୍ତା ନିର୍ମାଣରେ ନିମ୍ନ ମାନର ଡ୍ରେନ କାମ କରାଯାଉଥିଲେ ମଧ୍ୟ ପ୍ରଶାସନ ଓ ରାଜନୈତିକ ନେତା ମାନଙ୍କ କୌଣସି ଦୃଷ୍ଟି ପଢୁ ନ ଥିବା ଜଣା ପଡ଼ିଛି । ହୁଏ ତ ପ୍ରଶାସନ ର କର୍ମଚାରୀ ଓ ରାଜ ନେତା ମାନଙ୍କୁ ଲୋଭ ଦେଖାଇ ବାନ୍ଧିକି ରଖିଛନ୍ତି ଠିକାଦାର । ସେଥି ପାଇଁ କୌଣସି ନେତା କିମ୍ବା ପ୍ରଶାସନ ଅଧିକାରୀ ମାନେ ଠିକାଦାର ଙ୍କୁ ପଚାରୁ ନାହାଁନ୍ତି ।WhatsApp Image 2022 05 08 at 6.41.35 PM ଆବର୍ଜନା ଡ୍ରେନ ପାଣିରେ ବଜାର ଭାସୁଛି

ବଜାର କରିବା ପାଇଁ ବ୍ଳକ ର ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ପନିପରିବା ବିକ୍ରୟ ପାଇଁ ବଜାରକୁ ଆସୁଛନ୍ତି । ବଜାରରେ ଦୁର୍ଗନ୍ଧ ପାଣି ଭାସୁଥିବାରୁ ବିକ୍ରି କରିବା ପାଇଁ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଡ୍ରେନ ଦୁର୍ଗନ୍ଧ ପାଣି ବଜାର ରେ ଭାସିବା ଦ୍ୱାରା ଅଞ୍ଚଳ ର                                                                ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ର ରୋଗ ବ୍ୟାପିବାର ସମ୍ଭାବନା ରହିଛି ।

ବଜାର ରେ ଲୋକ ମାନେ ବୁଲାବୁଲି କରିବା ପାଇଁ ଦୁର୍ଗନ୍ଧ ରେ ନାଖ ପାଠୁଛି । ଆଜକୁ ଦୁଇ ବର୍ଷ ବିତି ଯାଉଥିଲେ ମଧ୍ୟ ଡ୍ରେନ କାର୍ଯ୍ୟ ଶେଷ ହୋଇ ପାରୁନି । କେବେ ସରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏହି ସମ୍ପର୍କରେ ସଦରରେ ଥିବା ନବ ନିର୍ବାଚିତ ସରପଞ୍ଚଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ବାରମ୍ବାର ଠିକାଦାର ଙ୍କୁ କହିଲି ହେଲେ ଆଜି କାମ ଶେଷ କରିଦେବୁ ବୋଲି କହୁଛନ୍ତି ।

କିନ୍ତୁ କାମ ଶେଷ କରିବା ର ଦିସୁ ନାହିଁ । ଏ ସମ୍ପର୍କରେ ପି ଡବ୍ଲୁ ଡି କନିଷ୍ଠ ଯନ୍ତ୍ରୀ ରାଜୀବ ଲୋଚନ ବେହେରା ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମେ ଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଙ୍କୁ କହିଛୁ ସେ ପାଣି ଲାଇନକୁ ଠିକ କରିଲେ କାମ୍ପ ସାହିରେ ପାଞ୍ଚ ମିଟର ଡ୍ରେନ କାମ ରହିଛି । ଡ୍ରେନ କାମ ଶେଷ କରି ସେହି ଡ୍ରେନ ରେ ପାଣି ଛାଡି ଦେବୁ ଆଉ ଦୁର୍ଗନ୍ଧ ପାଣି ଉପରେ ଭାସିବ ନାହିଁ ବୋଲି କହିଛନ୍ତି ।

Popular Articles