ପୁରୁଣା ପେନସନ ଲାଗୁ ଦାବୀରେ ଜିଲ୍ଲା ପରିଷଦ ଶିକ୍ଷକ ସଂଘ ର ବୈଠକ ଅନୁଷ୍ଠିତ

0
256
ପୁରୁଣା ପେନସନ ଲାଗୁ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୫) : ଗତ ୬ ତାରିଖ ଦିନ ଗଜପତି ଜିଲ୍ଲା ର କାଶୀନଗର ଠାରେ ପୁରୁଣା ପେନସନ ଲାଗୁ ଦାବୀରେ ଜିଲ୍ଲା ପରିଷଦ ଶିକ୍ଷକ ସଂଘ ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଖବର ମୁତାବକ କାଶୀନଗର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପୁରୁଣା ପେନସନ ଲାଗୁ ଦାବୀରେ ଜିଲ୍ଲା ଉପଦେଷ୍ଟା ସୁମନ୍ତ ଚିନ୍ତାଡ଼ା ଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ଶିକ୍ଷକ ଜଗଦୀଶ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକ ରେ ପୂର୍ବତନ ସଭାପତି ପି ମୋହନ ରାଓ, ସମ୍ପାଦକ ବି. ଗୋପାଳ ରାଓ, କୋଷାଧ୍ୟକ୍ଷ ଆର୍. ମଧୁ, ବରିଷ୍ଠ ଶିକ୍ଷକ ଏମ୍ ଆର୍ ସ୍ରୀନୁ ଓ ସି ଆର୍ ସି ଏମ୍ ଶ୍ରୀନିବାସ, ବସନ୍ତ ମିଶ୍ର, ହରି କୃଷ୍ଣ ମିଶ୍ର ଏହି ବୈଠକ ରେ ଯୋଗ ଦେଇଥିଲେ ।

ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ନୂଆ ପେନସନ ରେ ଗତ ୨୦୦୪ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକ ଙ୍କ ସହ ବର୍ତ୍ତମାନ କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନେ ଯୋଗ ଦେଇଥିଲେ । ନୂଆ ପେନସନ ଧାରାକୁ ବନ୍ଦ କରି ପୁରୁଣା ପେନସନ ଲାଗୁ କରିବା ପାଇଁ ଦରକାର ହେଲେ ପୁନର୍ବାର ଆନ୍ଦୋଳନ କରିବାକୁ ସମସ୍ତେ ସହଯୋଗ କରିବାକୁ ମତ ପ୍ରକାଶ ପାଇଥିଲା ।

ଜିଲ୍ଲା ପରିଷଦ ଶିକ୍ଷକ ମାନଙ୍କ ସଂଘ ର ପୁନର୍ଗଠନ ମଧ୍ୟ କରାଯାଇଥିଲା । ସଭାପତି ଭାବେ ଶ୍ରୀ ବି. ଗୋପାଳ ରାଓ ଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ଜଗଦୀଶ ପାତ୍ର, ସମ୍ପାଦକ ଭାବେ ଗଣେଶ ପାଣିଗ୍ରାହୀ, ସଂଗଠନ ସମ୍ପାଦକ ଭାବେ ଡି. ଖଗେଶ୍ୱର ରାଓ ଓ ଉପ ସଭାପତି ଭାବେ ମନୁ ଭାଇ ଆଚାର୍ଯ୍ୟ, କେ. ଈଶ୍ୱର ରାଓ ସହ ସମ୍ପାଦକ ଭାବେ କେ ଚିରଞ୍ଜିବୁଲୁ ଓ ପି. ପଦ୍ମାବତୀ ଓ କୋଷାଧ୍ୟକ୍ଷ ଭାବେ ଆର୍ ମଧୁ ଙ୍କୁ ଚୟନ କରାଯାଇଥିଲା ।

ଏତଦ୍ ବ୍ୟତୀତ ପରାମର୍ଶ ଦାତା ଭାବେ ଶ୍ରୀମତି ସ୍ମିତା ପାଣିଗ୍ରାହୀ, ସି. ଏଚ୍ଚ. ଚୀନା ରାଓ, ଉମାକାନ୍ତ ମିଶ୍ର, ବସନ୍ତ ମିଶ୍ର, ହରି କୃଷ୍ଣ ମିଶ୍ର, ପି. ମୋହନ ରାଓ ଙ୍କୁ ଚୟନ କରାଯାଇଥିଲା । ସଂଘ ର ମୁଖପାତ୍ର ଭାବେ ଜଗଦୀଶ କୁମାର ପାତ୍ର ଙ୍କୁ ଦାୟିତ୍ୱ ଦିଆଗଲା । ଆଗାମୀ ଦିନରେ କର୍ମଚାରୀ ଓ ଶିକ୍ଷକ ସଂଘ ର ମିଳିତ ବୈଠକ ଡ଼କା ଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ଓ ଜିଲ୍ଲା ସଂଘ ସହ ସମନ୍ଵୟ ରକ୍ଷା କରି ଦାବି ପୂରଣ ପର୍ଯ୍ୟନ୍ତ ଲଢି ବାକୁ ଶପଥ ନିଆଗଲା ।