ଆଜିଠୁ + ୨ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା

0
127
ଆଜିଠୁ + ୨

ରିପୋର୍ଟ : ରାମନାଥ ଗନ୍ତାୟତ
ଭୁବନେଶ୍ୱର, (୦୯/୦୫) : ଆଜିଠୁ + ୨ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ । ପୂର୍ବରୁ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଆରମ୍ଭ ହୋଇ ସାରିଥିବା ବେଳେ ଆଜିଠୁ ପରୀକ୍ଷା ଦେବେ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀ ।

ଆଜିଠୁ + ୨ ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ରାଜ୍ୟରେ ମୋଟ ୭୮ ହଜାର ୭୭ ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେବାକୁ ଥିବା ବେଳେ ଧନ୍ଦାମୂଳକ ପାଠ ରେ ପରୀକ୍ଷା ଦେବେ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀଙ୍କ ପାଇଁ ମୋଟ ୧ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ଖୋଲା ଯାଇଛି । ସକାଳ ୯ ରୁ ଦିନ ୧୨ ଟା ଯାଏ ଚାଲିବ ପରୀକ୍ଷା । ସକାଳ ୮ ଟା ସୁଦ୍ଧା ପରୀକ୍ଷା ସେଣ୍ଟର ରେ ଛାତ୍ରଛାତ୍ରୀ ମାନଙ୍କୁ ପହଞ୍ଚିବାକୁ କୁହାଯାଇଛି ।