ଆଜି ବଲାଙ୍ଗୀର ଗସ୍ତ ରେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ : କାର୍ଯ୍ୟକ୍ରମ କଣ ଜାଣନ୍ତୁ

0
369

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,(୦୪/୦୮) : ଆଜି ବଲାଙ୍ଗୀର ଗସ୍ତ ରେ ଆସୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ ।3969dab8 f3e3 48a9 9c18 a19429a914b8 ଆଜି ବଲାଙ୍ଗୀର ଗସ୍ତ ରେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ : କାର୍ଯ୍ୟକ୍ରମ କଣ ଜାଣନ୍ତୁ

ଆଜି ବଲାଙ୍ଗୀର ଗସ୍ତ ସମୟରେ ୫-ଟି ସଚିବଙ୍କ ଉଚ୍ଚସ୍ତରୀୟ ଟିମ ସକାଳ ୯ଟା ୩୦ମି. ସମୟରେ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରୀପ ଠାରେ ପହଞ୍ଚିବେ । ସେଠାରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ | ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟ ସାଇଡ ବୁଲି କାର୍ଯ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଯିବେ, ମେଡିକାଲ କଲେଜ ଠାରେ ୫ଶହ ଶଯ୍ୟା ସଂଖ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ |

ଏଥିସହିତ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ତଦାରଖ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଅପରପକ୍ଷରେ ଏହି ଗସ୍ତ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତସୁଚି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରିଛନ୍ତି । ୫-ଟି ସଚିବଙ୍କ ଗସ୍ତସୂଚୀ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆୟୋଜନର ତଦାରଖ କରିଛନ୍ତି ଜିଲ୍ଲାପାଳ ଓ ଏସପି |