Friday, March 29, 2024

Top 5 This Week

Related Posts

ସଡ଼କ ଦୁର୍ଘଟଣାରେ ସ୍ୱାସ୍ଥ୍ୟ ପରିଦର୍ଶକଙ୍କ ମୃତ୍ୟୁ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୦/୦୫) : ବୋରିଗୁମ୍ମା- କୋଟପାଡ଼ ୬୩ ନମ୍ବର୍ ଜାତୀୟ ରାଜପଥ ନୂଆଗାଁ ନିକଟରେ ସଡ଼କ ଦୁର୍ଘଟଣାରେ ସ୍ୱାସ୍ଥ୍ୟ ପରିଦର୍ଶକ ମୃତ ।

ସୂଚନା ଅନୁସାରେ ସଡ଼କ ଦୁର୍ଘଟଣାରେ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀଯୁକ୍ତ ବାଲେଶ୍ଵର ମାଝୀ (ବୟସ ୪୬) ଙ୍କ ମୃତ୍ୟୁ ହୋଇଯାଇଛି । ସେ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ । ସେ ପ୍ରତିଦିନ ଭଳି ଆଜି ମଧ୍ୟ ନିଜ କର୍ମ କ୍ଷେତ୍ର କୁ ଯାଇଥିଲେ ହେଲେ ଆସିବା ବାଟରେ ଏଭଳି ମର୍ମଦୁନ୍ତ ସଡ଼କ ଦୁର୍ଘଟଣା ରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଛି ।

ନିଜ କର୍ମ କ୍ଷେତ୍ର ବି. ସିଂହପୁର ମେଡିକାଲ ରୁ ନିଜ ଡିଉଟି ସାରି ଘରକୁ ଫେରୁଥିବା ବେଳେ ଅପର ପାର୍ଶ୍ଵ ରେ ଆସୁଥିବା ପିକ୍ଅପ ଭ୍ୟାନ ସହ ମୁହାମୁହିଁ ଧକ୍କା ହେବା ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହୋଇଥିବା ଦେଖିବାକୁ ମିଳିଛି । ଏହା ପରେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ କିଛି ଲୋକଙ୍କ ସାହାଯ୍ୟ ରେ ବୋରିଗୁମ୍ମା ମେଡିକାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ।
ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କ ଧର୍ମ ପତ୍ନୀ, ଦୁଇ ପୁଅ, ଭାଈ ଓ ଭଉଣୀ, ଗ୍ରାମବାସୀ ଏବଂ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମର ଶରୀର ର ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଖବର ଶୁଣି ତାଙ୍କ ନିଜ ଗ୍ରାମ ନାରାହାଣ୍ଡି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୋରିଗୁମ୍ମାରେ ଶୋକ ର ଛାୟା ଖେଳିଯାଇଛି ।

Popular Articles