Friday, March 29, 2024

Top 5 This Week

Related Posts

ହିନ୍ଦୀ ଫିଲ୍ମ କରି ସମୟ ବର୍ବାଦ କରିବିନି : ସାଉଥ ସୁପରଷ୍ଟାର ମହେଶ ବାବୁ

ରିପୋର୍ଟ : ରାମନାଥ ଗନ୍ତାୟତ
ମୁମ୍ୱାଇ, (୧୦/୦୫) : ହିନ୍ଦୀ ଫିଲ୍ମ କରି ସମୟ ବର୍ବାଦ କରିବିନି ବୋଲି ସାଉଥ ସୁପରଷ୍ଟାର ମହେଶ ବାବୁ କହିଛନ୍ତି । ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କିଏ ବା ନଜାଣେ । ସାଉଥ ଇଣ୍ଡଷ୍ଟ୍ରୀ କ’ଣ ସବୁଠି ତାଙ୍କ ଫ୍ୟାନ ଫଲୋଅର ଅଧିକ ।

ତାଙ୍କ ଅଭିନୟ ର ଯାଦୁରେ ମତୁଆଲା ଦର୍ଶକ । ଏଥିପାଇଁ ସେ ଟଲିଉଡ଼ ର ଏକ ଚର୍ଚ୍ଚିତ ତେହେରା । ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ଖୁବ ଚର୍ଚ୍ଚାରେ ଅଛନ୍ତି । ନିଜର ବଲିଉଡ ଡେବ୍ୟୁକୁ ପଚାରା ଯାଇଥିବା ପ୍ରଶ୍ନ ର ଉତ୍ତର ରଖିଛନ୍ତି ମହେଶ ବାବୁ । ଗଣମାଧ୍ୟମକୁ ଉତ୍ତର ଦେଇ ସେ କହିଛନ୍ତି ହିନ୍ଦୀ ଫିଲ୍ମ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ତାଙ୍କ ମତରେ ବଲିଉଡ ଇଣ୍ଡଷ୍ଟ୍ରୀରେ ସେତିକି ପଇସା ନାହିଁ ଯାହା ତାଙ୍କୁ ଅଫୋର୍ଡ କରି ପାରିବ ।

ମହେଶ ବାବୁ କହିଛନ୍ତି, ‘ମୋତେ ବଲିଉଡରୁ କେବେ ଅଫର ମିଳି ନାହିଁ । ମୋ ମତରେ ବଲିଉଡ ର କ୍ୟାରିୟର କରିବା ସମୟ ବର୍ବାଦ କରିବା ସଙ୍ଗେ ସମାନ । ମୁଁ ଏମିତି ଇଣ୍ଡଷ୍ଟ୍ରୀରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି । ଏହାସହ ଷ୍ଟାରଡମ୍ ଓ ସମ୍ମାନ ଯାହା ମୋତେ ସାଉଥ ପ୍ରଶଂସକଙ୍କ ଠାରୁ ମିଳିଛି । ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରୀକୁ ଛାଡିବାକୁ ଚାହୁଁନି ।

ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାରିଲିଣି । ଯେତିକି ସଫଳତାରେ ପାହାଚ ଚଢିବା କଥା ଚଢି ସାରିଲିଣି । ଆଉ ଅଧିକ ସୁଖ ଦରକାର ନାହିଁ । କାରଣ ମୋର ବିଶ୍ୱାସ ଅଛି ଆଗକୁ ମୋର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ ହେବ ।

Popular Articles