ଜାତୀୟ ରାଜପଥ ନଂ ୨୦୧ ରେ ବାଇକ ପିକ ଅପ୍ ଧକ୍କା, ଜଣେ ମୃତ

0
203
ଜାତୀୟ ରାଜପଥ ନଂ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୧୧/୦୫) : ବୋରିଗୁମ୍ମା ବ୍ଲକ ପର୍ଲି ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ନଂ ୨୦୧ ରେ ହାଇ ସ୍କୁଲ ସାମନାରେ ଏକ ବାଇକ ଚାଳକ ପିକ ଅପ୍ ଭ୍ୟାନ୍ ଧକ୍କା ଫଳରେ ଗତ କାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି ।WhatsApp Image 2022 05 11 at 11.56.04 AM 1 ଜାତୀୟ ରାଜପଥ ନଂ ୨୦୧ ରେ ବାଇକ ପିକ ଅପ୍ ଧକ୍କା, ଜଣେ ମୃତ

ମୃତ ବାଇକ ଚାଳକ ଜଣକ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ମେଣ୍ଟ୍ରି ପଞ୍ଚାୟତ ବାଦିଗୁଡା ଗ୍ରାମର ଧନସିଂ ମୁଦୁଲି ବୋଲି ଜଣାପଡିଛି । ସୂଚନା ମୁତାବକ ଧନସିଂ ବୋରିଗୁମ୍ମା ବ୍ଲକ ବାଣ୍ଡିଗୁଡା ପଞ୍ଚାୟତ ଦୁଆରାମ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ଘରୁ ନିଜ ଘରକୁ ଫେରୁଥିବା ସମୟରେ ଜାତୀୟ ରାଜପଥ ନଂ ୨୦୧ ରେ ବିପରୀତ ଦିଗରୁ ଆସୁଥିବା ଏକ ପିକ ଅପ ଭ୍ୟାନ୍ ନଂ OD 05 AR 4981 ସହ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିଲା ।

ପରେ ବୋରିଗୁମ୍ମା ପୁଲିସ ଦ୍ୱାରା ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ ତଦନ୍ତ ଜାରି ରଖିଥିବା ଜଣା ପଡିଛି ।